Below header

କନ୍ଧମାଳ ପୁଲିସ ନିକଟରେ ହାର୍ଡକୋର୍‌ ମାଓବାଦୀ ଭରତ କହଁରର ଆତ୍ମସମର୍ପଣ

ଫୁଲବାଣୀ: ହାର୍ଡକୋର୍‌ ମାଓବାଦୀ ଭରତ କହଁର ଓରଫ ରାକେଶ ଗତକାଲି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୂର୍ବରୁ ଭରତକୁ ଧରିବା ପାଇଁ ପୁଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ତେବେ ସେ ଗାଡିମାସ୍କା କ୍ୟାମ୍ପ ଆକ୍ରମଣ, ଗଗରପଟ୍ଟାରେ ଗୁଳିମାଡ଼ ସହିତ ଗତ ଜାନୁଆରିରେ ସୁଡ୍ରୁକୁମ୍ପାରେ ଠିକାଦାର କ୍ୟାମ୍ପରେ ଗାଡିପୋଡି ଓ ଜଣେ ଜଗୁଆଳୀକୁ ହତ୍ୟା ମାମଲାରେ ସଂପୃକ୍ତ ଥିବା ପୁଲିସ ଆଗରେ ସ୍ବୀକାର କରିଛି। ଭରତ ଗତବର୍ଷ ମାର୍ଚ୍ଚ ମାସରେ ସିପିଆଇ ମାଓ ସଂଗଠନରେ ସାମିଲ ହୋଇଥିଲା। ମାଓ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.