ଚୀନ ବକ୍ସ ଅଫିସରେ ଧମାଲ୍‌ କରୁଛି ଆୟୁଷ୍ମାନ୍‌ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍‌’

ମୁମ୍ବାଇ: ଚୀନ ବକ୍ସ ଅଫିସରେ ଧମାଲ୍‌ କରୁଛି ଆୟୁଷ୍ମାନ୍‌ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍‌’ । ‘ଅନ୍ଧାଧୁନ୍‌’ ରିଲିଜ୍‌ ହେବାର ଦୁଇ ସପ୍ତାହ ମଧ୍ୟରେ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଛି। ଏହିପରି ଭାବେ ‘ଅନ୍ଧାଧୁନ୍‌’ ଚୀନରେ ସର୍ବାଧିକ ବ୍ୟବସାୟ କରିଥିବା ପଞ୍ଚମ ଭାରତୀୟ ସିନେମାଭାବେ ବବେଚିିତ ହୋଇଛି। ତେବେ ଆଶା କରାଯାଉଛି କି ଏହି ଫିଲ୍ମ ସର୍ବମୋଟ୍‌ ୩୫୦ କୋଟି ଟଙ୍କାର ବ୍ୟବସାୟ କରିବ। ଚୀନ୍‌ରେ ‘ପିଆନୋ ପ୍ଲେଆର୍‌’ ଟାଇଟଲ୍‌ରେ ରିଲିଜ୍‌ ହୋଇଛି ଫିଲ୍ମ ‘ଅନ୍ଧାଧୁନ୍‌’ । ଏହି ସିନେମା ଭାରତୀୟ ବକ୍ସ ଅଫିସରେ ମଧ୍ୟ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.