Below header

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବାଇକ: ୨ ମୃତ

ସୁନ୍ଦରଗଡ଼ ରାଜଗାଙ୍ଗପୁର ସ୍ଥିତ ରମାବାହାଲ ଠାରେ ସଡକ ଦୁର୍ଘଟଣାରେ ଦୁଇ ମୃତ । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟଜଣେ ନାବାଳକ ଥିବା ସୂଚନା ମିଳିଛି ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ରାଜଗାଙ୍ଗପୁର ସ୍ଥିତ ରମାବାହାଲ ଠାରେ ସଡକ ଦୁର୍ଘଟଣାରେ ଦୁଇ ମୃତ । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟଜଣେ ନାବାଳକ ଥିବା ସୂଚନା ମିଳିଛି ।

ଖବର ଆବୁଜୟୀ ସନ୍ଧ୍ୟା ୫ଟା ସମୟରେ ଦୁଇ ଜଣ ବାଇକରେ ରାଉରକେଲା ଆଡ଼କୁ ଯାଉଥିବା ବେଳେ ରମାବାହାଲ ଠାରେ ଭାରସାମ୍ୟ ହରାଇ ବାଇକ୍ ଟି ଡିଭାଇଡର ରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଗର୍ଭଣା ଅଞ୍ଚଳର ସନ୍ଦୀପ କେରକେଟା ଓ ଛୋଟୁ ଏଲିଆସ ଅମିତ୍ ବାକ୍ସଲା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.