Below header

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରିଥିଲା ଗୋପାଳ ଦାସ ? ଏବେବି ଅନେକ ପ୍ରଶ୍ନ

କ୍ରାଇମବ୍ରାଞ୍ଚର ତଦନ୍ତ ଓ ତଥ୍ୟ ପ୍ରମାଣ ଯୋଗାଡ଼ ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ପାରୁଥିଲା । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ? ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ଷଡ଼ଯନ୍ତ୍ର ? ଗୋପାଳକୁ କେହି ସୁପାରୀ ଦେଇଥିଲା ନା ନିଜେ ରଚିଥିଲା ମର୍ଡର ପ୍ଲଟ ?

ଜାନୁଆରୀ ୨୯ । ସ୍ଥାନ ବ୍ରଜରାଜନଗର ଗାନ୍ଧି ଛକ। ଗାଡ଼ିରୁ ଓହ୍ଲାଉଥିଲେ ନବ ଦାସ। ପଏଣ୍ଟ ବ୍ଲାଙ୍କରୁ ଚାଲିଲା ଗୁଳି। ଦୁଇ ରାଉଣ୍ଡ ଫାୟରିଂ। ଟଳି ପଡିଲେ କ୍ୟାବିନେଟ ମନ୍ତ୍ରୀ ଥିବା ନବକିଶୋର ଦାସ। ଓଡ଼ିଶା ଇତିହାସରେ ଜଣେ ମନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଗୁଳି କରିବା ପ୍ରଥମ ଘଟଣା ଥିଲା । ସମସ୍ତଙ୍କୁ ଆଚମ୍ବିତ କରିଥିଲା ଘଟଣା । ଫିଲ୍ମ ଷ୍ଟାଇଲରେ ହତ୍ୟା। ଆଉ ହତ୍ୟାକାରୀ ଥିଲା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ। ତାକୁ ତୁରନ୍ତ ଗିରଫ କରିଥିଲା ପୋଲିସ ।

ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ଏୟାର ଲିଫ୍ଟ କରାଯାଇଥିଲା । ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ବି ବଞ୍ଚି ପାରି ନଥିଲା ଜୀବନ । ତୁରନ୍ତ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର । ଅବିଳମ୍ବେ ଗ୍ରାଉଣ୍ଡରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତର ନେତୃତ୍ବ ନେଇଥିଲେ ଏଡିଜି ଅରୁଣ ବୋଥ୍ରା । ଗୋପାଳକୁ ଜେରା ସହିତ ବ୍ରହ୍ମପୁରରେ ଗୋପାଳ ପରିବାରକୁ ପଚରାଉଚରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସଙ୍କୁ ଦାୟିତ୍ଵ ଦେଇଥିଲେ ହାଇକୋର୍ଟ । ଗୋପାଳକୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରିଥିଲା ତଦନ୍ତକାରୀ ଟିମ୍ । ୨୦୨୩, ଫେବ୍ରୁଆରୀ ୭ । ଗୋପାଳକୁ ସାଙ୍ଗରେ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଗୋପାଳର ଲେୟର୍ଡ ଭଏସ୍ ଆନାଲିସିସ ବା ଏଲଭିଏ ଟେଷ୍ଟ କରାଇଥିଲା କ୍ରାଇମବ୍ରାଞ୍ଚ । ୨୦୨୩, ଫେବ୍ରୁଆରୀ ୮ । ଗୋପାଳକୁ ଧରି ଗୁଜରାଟର ଗାନ୍ଧିନଗର ଯାଇଥିଲା ତଦନ୍ତକାରୀ ଟିମ୍ । ଗାନ୍ଧିନଗରର DFSSରେ ହୋଇଥିଲା ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ । ଯେଉଁଠାରେ ନିଜ ଦୋଷ ସ୍ବୀକାର କରିଥିଲା ଗୋପାଳ ।

କ୍ରାଇମବ୍ରାଞ୍ଚର ତଦନ୍ତ ଓ ତଥ୍ୟ ପ୍ରମାଣ ଯୋଗାଡ଼ ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ପାରୁଥିଲା । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ? ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ଷଡ଼ଯନ୍ତ୍ର ? ଗୋପାଳକୁ କେହି ସୁପାରୀ ଦେଇଥିଲା ନା ନିଜେ ରଚିଥିଲା ମର୍ଡର ପ୍ଲଟ ? କ୍ରାଇମବ୍ରାଞ୍ଚ ତଦନ୍ତ ଭିତରେ ହତ୍ୟାର କାରଣକୁ ନେଇ ଭିନ୍ନଭିନ୍ନ କଥା ଉଠୁଥିଲା । ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ବିରୋଧୀ । ଏସବୁ ଭିତରେ ସାମନାକୁ ଆସିଥିଲା ଦୁଇଟି ଫଟୋ। ଯେଉଁଥିରେ ଗୋପାଳ ଅଣ୍ଟାରୁ ସର୍ଭିସ ରିଭଲଭର ବାହାର କରିବା ସହ ନବ ଦାସଙ୍କ ଛାତିକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଉଥିବା ଦେଖିବାକୁ ମିଳିଥିଲା ।

ତଦନ୍ତ ପରେ ଚାର୍ଜସିଟ୍ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ଯେଉଁଥିରେ ଉଲ୍ଲେଖ ରହିଥିଲା ନବ ଦାସ ହତ୍ୟା ଥିଲା ପ୍ରିପ୍ଲାନଡ । ସୁସ୍ଥ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ଗୁଳି କରିଥିଲା ଗୋପାଳ ଦାସ। ନବ ଦାସ ଓ ତାଙ୍କ ସମର୍ଥକଙ୍କଠାରୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରୁଥିଲା ଗୋପାଳ। ସେଥିପାଇଁ ସୁଚିନ୍ତିତ ଭାବେ ଯୋଜନା କରି ତତ୍କାଳୀନ ମନ୍ତ୍ରୀଙ୍କୁ ଗୁଳି ମାରିଥିଲା । ଗୋପାଳ ବିରୋଧରେ କ୍ରାଇମବ୍ରାଞ୍ଚ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିଛି। ଦୋଷୀକୁ ଦଣ୍ଡ ଦେବାକୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.