ହରିୟାଣା: ସୋନିପତରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା କାର୍‌, ନେପାଳର ୪ ଯୁବକଙ୍କ ମୃତ୍ୟୁ; ୩ ଆହତ

ହରିୟାଣାର ସୋନିପତରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତିନି ସାଇକେଲ ଆରୋହୀ ଏବଂ ଏକ ସ୍କୁଟିକୁ ଜୋର୍‌ରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି ।

ହରିୟାଣାର ସୋନିପତରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତିନି ସାଇକେଲ ଆରୋହୀ ଏବଂ ଏକ ସ୍କୁଟିକୁ ଜୋର୍‌ରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ ନେପାଳର ନିବାସୀ ଥିଲେ ।

ସେପଟେ ଏହି ଦୁର୍ଘଟଣାରେ କାର୍‌ରେ ଥିବା ୩ ଯୁବକଙ୍କୁ ମଧ୍ୟ ଆଘାତ ଲାଗିଛି । ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ଘଟଣାଟି ସୋନିପତର ମାମୁଁ ଭଣଜା ଛକରେ ହୋଇଛି । ଏଠାରେ ଏକ ଦ୍ରୁତଗାମୀ କାର୍‌ ସାଇକେଲରେ ଯାଉଥିବା ଯୁବକମାନଙ୍କ ଉପରେ ଚଢ଼ାଇ ଦେଇଥିଲା । ମୃତକମାନେ ହେଲେ, ଅମର, ଦଲ ବାହାଦୂର, ଅର୍ଜୁନ ଓ କମଲ । ଏଥିରେ ସେମାନଙ୍କର ଜଣେ ସାଥୀ ଗୁରୁତର ଆହତ ହୋଇଛନ୍ତି ।

ଏହିପରି କାର୍‌ରେ ୩ ଯୁବକ ବି ଆହତ ହୋଇଥିବା ସୂଚନା ରହିଛି । ଖବର ପାଇ ସୋନିପତ ସିଭିଲ ଲାଇନ ପୋଲିସ ଡାକ୍ତରୀ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇ ସ୍ଥାନାନ୍ତର କରାଯାଇଛି ।

ପୋଲିସ ସୂଚନା ମୁତାବକ, ମୃତକମାନେ ସୋନିପତରେ ୱେଟର କାମ କରୁଥିଲେ। ବିଳମ୍ବିତ ରାତିରେ ସେମାନେ ଏକ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.