Below header

ଚାଲିଥିଲା ବେଆଇନ୍‌ ନୋଟ୍‌ ବଦଳ କାରବାର, ମାଡ଼ିବସିଲା ପୋଲିସ

୨୦୦୦ ଟଙ୍କିଆ ନୋଟ୍‌ ବଦଳରେ ଦେଉଥିଲେ ୫ ଶହ ଟଙ୍କିଆ ନୋଟ୍‌ । ଯାହାର ପର୍ଦ୍ଦାଫାସ୍‌ କରିଛି ପାରଳାଖେମୁଣ୍ଡି ପୋଲିସ। ଜଣେ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିଲା ଏହି ଡିଲ୍‌ । ଠିକ୍‌ ନୋଟ୍‌ ବଦଳ ସମୟରେ ସେମାନଙ୍କୁ କାବୁ କରିଥିଲେ ସ୍ଥାନୀୟ ଯୁବକ । ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି ।

୨୦୦୦ ଟଙ୍କିଆ ନୋଟ୍‌ ବଦଳରେ ଦେଉଥିଲେ ୫ ଶହ ଟଙ୍କିଆ ନୋଟ୍‌ । ଯାହାର ପର୍ଦ୍ଦାଫାସ୍‌ କରିଛି ପାରଳାଖେମୁଣ୍ଡି ପୋଲିସ। ଜଣେ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିଲା ଏହି ଡିଲ୍‌ । ଠିକ୍‌ ନୋଟ୍‌ ବଦଳ ସମୟରେ ସେମାନଙ୍କୁ କାବୁ କରିଥିଲେ ସ୍ଥାନୀୟ ଯୁବକ । ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି ।

ପାରଳାଖେମୁଣ୍ଡିରେ ବେଆଇନ ନୋଟ୍‌ ବଦଳ କାରବାରର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷର ୫ସହ ନୋଟ୍କୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ । ପ୍ରତ୍ୟେକ ୨ ହଜାର ନୋଟ୍ ପିଛା ଗୋଟିଏ ପାଞ୍ଚସହ ଟଙ୍କା ବଦଳାଇବାର ଡିଲରେ ଟଙ୍କା ନେଣଦେଣ ହେଉଥିଲା । ଏହି ବଡ଼ ଧରଣର କଳା ଅର୍ଥନୀତିକୁ ରୋକିପାରିଛି ପୋଲିସ ।

ଆନ୍ଧ୍ରର ଜନୈକ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ବସ ନାମକ ବ୍ଯକ୍ତି ମଧ୍ୟରେ ହୋଇଥିଲା ଏହି ଡିଲ । ତେବେ ସେମାନଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବା ବେଳେ ବସ ନାମକ ବ୍ୟକ୍ତି ବ୍ୟବସାୟୀ ଟଙ୍କା ନେଇ ଦୌଡ଼ି ପଲାଇଯାଉଥିଲା । ଠିକ୍‌ ସେତିକି ବେଳେ କିଛି ସ୍ଥାନୀୟ ଲୋକେ ଭଲିବଲ ଖେଳୁଥିଲେ । ସେମାନେ କଳାଅର୍ଥ କାରବାରକାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ।

ଏନେଇ ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୫ଟି ମୋବାଇଲ, ୩୦ଲକ୍ଷ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ବ୍ଯକ୍ତି ଜଣକ ବିନୋଦ ରାଇପିଲି ଆନ୍ଧ୍ରପ୍ରଦେଶର ସାଲୁରୁ ଗ୍ରାମର ଅନ୍ୟ ଜଣେ ତନୁଜ କୁମାର ସାବତ ଏବଂ ଗଜପତି ଜିଲ୍ଲାର କାର୍ଯ୍ୟରତ କନେଷ୍ଟବଳ। ଏହି ଘଟଣାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ ସୂଚନା ଦେଇଛନ୍ତି ।

ତେବେ୨୦୨୩ ମେ ମାସ ୧୯ ତାରିଖରୁ ଆରବିଆଇ ଦୁଇହଜାର ନୋଟକୁ ବଦଳି କରିବା ତାରିଖ ଧାର୍ଯ୍ୟ କରିଥିଲେ । ଯାହା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଥିଲା । ଏପରି ସ୍ଥଳେ ଏତେ ସଂଖ୍ୟକ ୨ ହଜାର ନୋଟ୍ କେଉଁଠୁ ଆସିଲା ତାହା ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ସବୁଠୁ ବଡ଼ କଥା ହେଉଛି ମୂଖ୍ୟ ଅଭିଯୁକ୍ତ ବସ ପାଖରେ ୨ ହଜାର ନୋଟ୍‌ କିପରି ରହିଛି । ତାହା ତଦନ୍ତ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.