Below header

ରାୟଗଡା: ବାଇକ ଚୋରି ରାକେଟ ଠାବ, ୧୫ ଜଣଙ୍କୁ ଗିରଫ କଲା ପୋଲିସ

ରାୟଗଡା(କେନ୍ୟୁଜ): ରାୟଗଡା ପୋଲିସ ପକ୍ଷରୁ ବାଇକ ଚୋରି ରାକେଟ ଠାବ । ଏହି ର‍୍ୟାକେଟର ପର୍ଦ୍ଦାଫାସ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୧୫ଟି ବାଇକ ଜବତ ହୋଇଛି । ଗିରଫ ଯୁବକଙ୍କ ମଧ୍ୟରେ ୫ଜଣ ନାବାଳକ ଥିବା ରାୟଗଡା ଏସ୍‌ପି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ରାୟଗଡ଼ା ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଏମାନେ ବାଇକ ଚୋରି କରୁଥିଲେ । ଏନେଇ ରାୟଗଡ଼ା ଥାନାରେ ଏକାଧିକ ମାମଲା ରୁଜୁ କରାଯାଇଥିଲା । ଗିରଫ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୫ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.