ସାଇକେଲରେ ଭାରତ ଯାତ୍ରା ମାଧ୍ୟମରେ ପରିବେଶ ଓ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ଯୁବକଙ୍କ ଅଭିଯାନ

ଟାଙ୍ଗି(କେନ୍ୟୁଜ୍): ଏଇ ଦୁନିଆରେ ସମସ୍ତେ ନିଜ ନିଜ କାମରେ ବ୍ଯସ୍ତ। କାହା ପାଇଁ କାହା କଥା ଭାବିବାକୁ ଆଉ ସମୟ ନାହିଁ। ଏତେ ବ୍ଯସ୍ତତର ଭିତରେ ପରିବେଶ,ଧର୍ମ, ସଂସ୍କୃତି କଥା ଭାବିବା ତ ବହୁ ଦୁରର କଥା। କାମକର,ଟଙ୍କା କମାଅ, ଖାଅ ପିଅ, ମଉଜ କର । ବାସ୍ ଏତିକିରେ ସିମିତ ରହିଯାଇଛି ଆମ ଚିନ୍ତାଧାରା। ଖାସ୍ କରି ଆଜିକାଲିର ଯୁବପୀଢିଙ୍କ କଥା ତ ନକହିବା ଭଲ । ହେଲେ ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର  ଯୁବକ ବିପିନ କୁମାର ଅଗ୍ନିହୋତ୍ରୀଙ୍କ ଚିନ୍ତାଧାରା କିନ୍ତୁ ଅଲଗା। ସେ ସାଇକେଲରେ ଭାରତ ଯାତ୍ରା ମାଧ୍ୟମରେ ପରିବେଶ ସୁରକ୍ଷା ସହ ଧାର୍ମିକ ସଂସ୍କୃତି ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି ।

ଗତକାଲି ସକାଳୁ ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ବାଇପାସ ରାସ୍ତାରେ ଯେତେବେଳେ ଶହ ଶହ ଗାଡି ମୋଟର ଚଳ ପ୍ରଚଳ ହେଉଥିଲା ସେତେବେଳେ ଏକ ସାଇକେଲରେ ଶ୍ରୀ ଜଗନ୍ନାଥଙ୍କ ଛବି ଥିବା ଏକ କମଳା ରଙ୍ଗର ଗଞ୍ଜି ପିନ୍ଧି ମୁଣ୍ଡରେ ଏକ ହେଲମେଟ ପରିଧାନ କରି ଆଗକୁ ମାଡି ଚାଲିଥିଲେ ଜଣେ ଯୁବକ। ସାଇକେଲ ପଛ ପଟେ କିଛି ବ୍ଯାଗ୍ ଏବଂ ଏକ ଜାତୀୟ ପତାକା ଲଗାଯାଇଥିଲା। ଆଉ ସାଇକେଲ ଆଗରେ ଏକ ପ୍ଳାକାର୍ଡରେ ଲେଖାଯାଇଥିଲା ୭୩୦ ଦିନ ପେଡାଲ୍ ଯାତ୍ରା, ଭାରତର ଚାରି ଧାମ,୧୨ ଜୋର୍ତିଲିଙ୍ଗ,ଆଉ ୟୁଟ୍ଯୁବ୍ ଚ୍ଯାନେଲ୍ ଟ୍ରାଭେଲ୍ ଅଗ୍ନିହୋତ୍ରୀ।

11

ଏହା ଦେଖି ସାଇକେଲଟିକୁ ଅଟକାଇ ସବୁ ବୁଝିଥିଲୁ । ଏହାପରେ ବିପିନ ନିଜ ପରିଚୟ ଦେବା ସହ ତାଙ୍କ ଯାତ୍ରାର କାରଣ ବିଷୟରେ କହିଥିଲେ। ସେ ସାଇକେଲରେ ଭାରତ ଯାତ୍ରା ମାଧ୍ୟମରେ ପରିବେଶ ସୁରକ୍ଷା ସହ ଧାର୍ମିକ ସଂସ୍କୃତି ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଆଜକୁ ୧୫୨ ଦିନ ମଧ୍ୟରେ ରାଜ୍ୟ ପରେ ରାଜ୍ୟ ମୋଟ ୪୫୦୦ କିଲୋ ମିଟର ଦୂର ଅତିକ୍ରମ କରି ଗତକାଲି ସକାଳୁ ଟାଙ୍ଗୀରେ ପହଂଚିଥିଲେ । ଲକ୍ଷ ରହିଛି ସାଇକେଲରେ ସାରା ଭାରତ ପରି ଭ୍ରମଣ କରି ପରିବେଶ ସୁରକ୍ଷା ସଚେତନତା ଓ ଧର୍ମ ସଂପର୍କରେ ପ୍ରଚାର ପ୍ରସାର କରିବା ଏବଂ ଧର୍ମ ନାମରେ ହିଂସା ନ କରିବା । ସତରେ ମାନିବାକୁ ପଡିବ ଯୁବକଙ୍କ ଚିନ୍ତାଧାରା। ଯାହା ଏ ସମାଜ ପାଇଁ ଏକ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.