Below header

ଆଜି ପ୍ରକାଶ ପାଇବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା

ଆଜି ପ୍ରକାଶ ପାଇବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା । ୯ଲକ୍ଷ ୫୯ ହଜାର ପରିବାରକୁ ମିଳିବ ଘର । ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଆଉ ୮ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଆବାସ ଯୋଜନାରେ ମିଳିବ ଘର । ଏହା ସହ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଉ ୧ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ଘର ମିଳିବାକୁ ଯାଉଛି ।

ଏନେଇ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସାରିଛନ୍ତି ସରକାର । ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନୱାଡି ସେଣ୍ଟର ଏବଂ ଗାଁର ପ୍ରମୁଖ ସ୍ଥାନରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯିବ । ଜାନୁଆରୀ ୧୬ ତାରିଖରୁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଏହା ପ୍ରଦର୍ଶିତ ହେବ ।

ଯଦି ତାଲିକାରେ କୌଣସି ଅଯୋଗ୍ୟ ପରିବାରର ନାଁ ରହିଛି ତେବେ ଜନସଧାରଣ ସେହି ନିର୍ଦ୍ଦିଷ୍ଟ ପରିବାର ବିରୋଧରେ ଅଅଭିଯୋଗ ଦାଖଲ କରି ପାରିବେ । ମିଳିଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଅଯୋଗ୍ୟ ପରିବାରଙ୍କ ନାଁ କଟାଯିବ । ଏହା ପରେ ଯୋଗ୍ୟ ପରିବାରଙ୍କ ନାଁ ଅନୁମୋଦନ ପାଇଁ ଗ୍ରାମସଭାକୁ ପଠାଯିବ। ଗ୍ରାମ ସଭାର ଅନୁମୋଦନ ପରେ ଯୋଗ୍ୟ ପରିବାରଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଦିଆଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.