Below header

ବେଢ଼ା ବୁଲୁଛି ମା ବିରଜାଙ୍କ ରଥ

ଯାଜପୁର ଟାଉନ (କେନ୍ୟୁଜ୍) : କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ଶାରଦୀୟ ଦୁର୍ଗୋତ୍ସବ ପୂଜା କାର୍ଯ୍ୟ ରୀତିନୀତି ଅନୁସାରେ ଚାଲିଛି । ସିଂହାସନରେ ନିତ୍ୟ ପୂଜା ସହ ଯଜ୍ଞ ମଣ୍ଡପରେ ମା’ଙ୍କ ଘଟ ସମେତ ଦଶ କଳସ ପୂଜା କରାଯାଉଛି । ଉଭୟ ଦିନ ଓ ରାତି ଦୁଇ ଓଳି ନିତ୍ୟ ପୂଜା କରାଯାଉଛି । ମା’ଙ୍କ ବିଜେ ପ୍ରତିମା ରଥାରୁଢ଼ ହୋଇ ରହିଛନ୍ତି । ତେଣୁ ରଥରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଏବଂ ଚଣ୍ଡୀପାଠ କରାଯାଇଥାଏ । ଏହା ପରେ ଅପରାହ୍ନରେ ଦେବୀଙ୍କ ରଥ ଟଣା ଯାଉଛି ।

BIRAJA RATHA-2

ପ୍ରତିଦିନ ରଥ ଟାଣିବା ଲାଗି ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଛି । ଆଜି ରଥଯାତ୍ରା ର ୩ୟ ଦିବସ । ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇ ରଥ ଟାଣି ଥିଲେ। ରଥ ମନ୍ଦିରର ଚତୁଃପାର୍ଶ୍ୱ ପରିକ୍ରମା କରିଥାଏ। ବାଦ୍ୟ, ଶଙ୍ଖ, ଘଣ୍ଟ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ରଥଯାତ୍ରାର ମାହାତ୍ମ୍ୟ ଓ ପୀଠ ସମ୍ପର୍କରେ ଗବେଷକମାନେ ଧାରାବିବରଣୀ ଦେଇଥିଲେ। ପୋଲିସ ଓ ମନ୍ଦିର ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି ।

ବିରଜା କ୍ଷେତ୍ରରେ ଶାରଦୀୟ ଦୁର୍ଗୋତ୍ସବ ବେଳେ ରଥ ଯାତ୍ରା ପରମ୍ପରା ଭାରତବର୍ଷର ଅନ୍ୟ କେଉଁଠି ଦେଖା ଯାଏନାହିଁ । ଆସନ୍ତା ଶନିବାର ମା’ଙ୍କର ପଞ୍ଚମୀ ପୂଜା ଏବଂ ଯଜ୍ଞ ଆରମ୍ଭ ହେବ ।

https://www.youtube.com/watch?v=CE7QEKdOBtk

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.