Below header

ରେଖା ଏବଂ ଅମିତାଭଙ୍କ ଭଳି ପ୍ରେମ ସଂପର୍କ ପରେ ମଧ୍ୟ ଏକାଠି ହୋଇ ପାରିଲେନି ବଲିଉଡର ଏହି ଯୋଡ଼ି

ମୁମ୍ବାଇ : ବଲିଉଡ଼ର ସେହେନ୍ସା ଭାବେ ଜଣାଯାଉଥିବା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପଦାପର୍ଣ କରିଛନ୍ତି। ତେବେ ଅମିତାଭଙ୍କୁ ଦେଶର ଜଣେ ଶ୍ରେଷ୍ଠ ଅଭିନେତା ଭାବେ କୁହାଯାଉଥିବା ବେଳେ ତାଙ୍କର ନାମକୁ ସବୁବେଳେ ଅଭିନେତ୍ରୀ ରେଖା ସହ ଯୋଡ଼ା ଯାଇଛି। କିଛି ଜଣ ଏପରି ମଧ୍ୟ କୂହନ୍ତି କି, ଦୁହେଁ ଲୋକଙ୍କ ନଜଣାଇ ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଦୁଇ ମହାନ କାଳାକାର ରେଖା ଏବଂ ଅମିତାଭ ନିଜର ସଂପର୍କକୁ ନେଇ କେବେ କୌଣସି ବୟାନ ରଖିନାହାନ୍ତି। ତେବେ ବଲିଉଡ଼ରେ କେବଳ ରେଖା ଏବଂ ଅମିତାଭଙ୍କ କାହାଣୀ ଅଧୁରା ରହିନାହିଁ। ତାଙ୍କ ଭଳି ଏପରି ଅନେକ କଳାକାର ରହିଛନ୍ତି ଯାହାଙ୍କର ପ୍ରେମ କାହାଣୀକୁ ସଫଳତା ମିଳିପାରି ନଥିଲା। ଆଜି ଆମେ ସେହି ଯୋଡ଼ି ବିଷୟରେ ଆପଣଙ୍କୁ କହିବାକୁ ଯାଉଛି।

guru

ଗୁରୁଦତ୍ତ ଏବଂ ବହୀଦା

ନିର୍ଦ୍ଦେଶକ- ଅଭିନେତା ଗୁରୁଦତ୍ତ ଏବଂ ଅଭିନେତ୍ରୀ ବହୀଦାଙ୍କ ପ୍ରେମ କାହାଣୀ ପୂରା ହୋଇପାରିନଥିଲା। ଗୁରୁଦତ୍ତ ସବୁବେଳେ ନିଜ ବୖବାହିକ ଜୀବନଠୁ ଅଧିକ ଗୁରୁତ୍ବ ନିଜର କାମକୁ ଦେଉଥିଲେ। ଯାହାଫଳରେ ସେ ଧିରେ ଧିରେ ବହୀଦାଙ୍କ ଅତିନିକଟତର ହୋଇଥିଲେ। ଏମିତିକି ଏପରି ଏକ ସମୟ ଆସିଲା ଯେତେବେଳେ ଗୁରୁଦତ୍ତ ଏକାସାଙ୍ଗରେ ତାଙ୍କ ପତ୍ନୀ ଗୀତା ଦତ୍ତ ଏବଂ ବହୀଦା ରେହେମାନଙ୍କୁ ନିଜ ଜୀବନରେ ରଖିବାକୁ ଚାହିଁଥିଲେ। ଗୁରୁ ଶେଷକୁ ବହୀଦାଙ୍କର ପ୍ରେମ ପାଇ ନପାରି ଆତ୍ମହତ୍ଯା ଭଳି ଚରମ ପଦକ୍ଷେପ ନେଇଥିଲେ।

raj

ରାଜ କପୁର ଏବଂ ନରଗିସ୍

ରାଜକପୁର ଏବଂ ନରଗୀସ ଯେତେ ସୁନ୍ଦର ରୁପେଲୀ ସ୍କ୍ରିନରେ ଦେଖାଯାଆନ୍ତି ସେତେକି ନିଜ ବାସ୍ତବିକ୍ ଜୀବନରେ ମଧ୍ୟ। କିନ୍ତୁ ରାଜ କପୁରଙ୍କୁ ତାଙ୍କ ପିତା ପ୍‌ଥ୍ବୀରାଜ୍ କପୁର ନିଜ ଘରର ବହୁ ନରଗୀସକୁ କରିବାକୁ ଚାହୁଁ ନଥିଲେ। କିନ୍ତୁ ନରଗୀସଙ୍କ ପ୍ରେମରେ ଉବୁଡ଼ୁବୁ ହେଉଥିବା ରାଜ କପୁରଙ୍କ ମନ ସେହିଦିନ ଭାଙ୍ଗି ଯାଇଥିଲା ଯେତେବେଳେ ନରଗୀସଙ୍କ ଜୀବନରେ ସୁନିଲ ଦତ୍ତ ଆସିଯାଇଥିଲା।

ଦିଲୀପ କୁମାର ଏବଂ ମଧୁବାଲା

ଅଭିନେତା ଦିଲୀପ୍ କୁମାର ଏବଂ ମଧୁବାଲା ପରସ୍ପରକୁ ବହୁତ ଭଲ ପାଉଥିଲେ। ଦୁହେଁ ଜୀବନ ଯାକ ପରସ୍ପର ସହ ରହିବାକୁ ଚାହୁଁଥିଲେ। କିନ୍ତୁ ମଧୁବାଲାଙ୍କ ପିତା ଦୁହିଁଙ୍କ ସଂପର୍କକୁ ପସନ୍ଦ କରିନଥିଲେ। ଏଣୁ ଦୁହିଁଙ୍କୁ ନିଜର ସଂପର୍କ କରିବାକୁ ପଡ଼ିଥିଲା। ପରେ ଦିଲିପ କୁମାର ସାୟରା ବାନୁଙ୍କୁ ବିବାହ କରିଥିବା ବେଳେ କିଶୋର କୁମାରଙ୍କୁ ବିବାହ କରିଥିଲେ ମଧୁବାଲା। ତେବେ ଏହାପରେ ଦୁହେଁ ପରସ୍ପର ସାମ୍ନାକୁ ଆସିବାକୁ ମଧ୍ୟ ପସନ୍ଦ କରୁନଥିଲେ।

dev and sureya

ଦେବାନନ୍ଦ ଏବଂ ସୁରେୟା

ବଲିଉଡ଼ର ଚର୍ଚ୍ଚିତ କଳାକାର ଦେବାନନ୍ଦ ଏବଂ ସୁରେୟାଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଅବଗତ। ସୂଚନା ଅନୁଯାୟୀ ଫିଲ୍ମ ଜିତ୍ ସମୟରେ ଦେବାନନ୍ଦ ସୁରେୟାଙ୍କୁ ମୁଦି ମଧ୍ୟ ଉପହାର ମଧ୍ୟ ଦେଇଥିଲେ। କିନ୍ତୁ ଏତେ ଭଲ ପାଇବା ପରେ ମଧ୍ୟ ଦୁହେଁ ପରସ୍ପରର ହୋଇପାରିଲେ ନାହିଁ। ଏହା ପଛରେ ଦୁହିଁଙ୍କର ଜାତି ରହିଥିଲା କାରଣ। ସରେୟାଙ୍କ ଆଇ ଜଣେ ମୁସଲିମ୍ ଏବଂ ହିନ୍ଦୁଙ୍କର ବିବାହ କରିବାକୁ ଅନୁମତି ଦେଇନଥିଲେ। ଏପରିକି ଦେବାନନ୍ଦଙ୍କୁ ଫୋନ ଯୋଗେ ସୁରେୟାଙ୍କ ନିକଟରୁ ଦୂରେଇ ରହିବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.