Below header

ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରମା ଶଙ୍କର ପାତ୍ର, ନିଜ ସାଥିମାନଙ୍କ ସହ କରିଛନ୍ତି ସାଇକେଲ୍‌ ଶୋଭାଯାତ୍ରା

ବ୍ରହ୍ମଗିରି: ଶୀତଋତୁରେ ଦେଶ ବିଦେଶରୁ ରଙ୍ଗ ବେରଙ୍ଗର ପକ୍ଷୀ ଚିଲିକା ଆସିଥାନ୍ତି । ହେଲେ ଏମାନଙ୍କୁ ଶିକାର କରିବା ପାଇଁ ଚାହିଁ ବସିଥାନ୍ତି ଶିକାରୀ । ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମଗିରିର ରମା ଶଙ୍କର ପାତ୍ର । ନିଜ ସାଥିମାନଙ୍କ ସହ ଏକ ସାଇକେଲ୍‌ ଶୋଭାଯାତ୍ରା କରିଛନ୍ତି । ପ୍ଲାକାର୍ଡ ଧରି ଚିଲିକା ସହ ଅତିଥି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ବି ଲୋକମାନଙ୍କୁ ସଚେତନ କରିଛନ୍ତି । ଏହି ସଚେତନତା ଶୋଭାଯାତ୍ରାରେ ରମା ଶଙ୍କରଙ୍କ ସହ ଯୋଗ ଦେଇଥିଲେ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.