ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ସଦସ୍ୟ, ରୋଗୀଙ୍କୁ ପଚାରି ବୁଝିଲେ ଚିକିତ୍ସାର ସୁବିଧା ଓ ଅସୁବିଧା

ଯାଜପୁର(କେନ୍ୟଜ୍):  ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ। ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ଜଣିଆ ପ୍ରତିନିଧି ଦଳ ଅଚାନକ ଆଜି ମେଡିକାଲ ପରିଦର୍ଶନ କରିଛନ୍ତି।  ପ୍ରଥମେ ମେଡିକାଲରେ ଆଡ଼ମିଟ ହୋଇଥିବା ରୋଗୀମାନଙ୍କ ଚିକିତ୍ସାର ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ପରେ ନିରାମୟ ଯୋଜନାରେ ଉବଲବ୍ଧ ଔଷଧ ତାଲିକାକୁ ଯାଞ୍ଚ କରିଥିଲେ। ତେବେ ତାଲିକାରେ ତାଳମେଳ ନଥିବାରୁ ଟିମ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ କିଛି ରୋଗୀ ଓ ସ୍ଥାନୀୟ ଜନସାଧାରଣ ଡାକ୍ତରଖାନାର ବିଭିନ ସମସ୍ୟା ସମ୍ପର୍କରେ ଟିମ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବିଶେଷ କରି ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏହି ୫ଟି ଟିମର ସଦସ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.