ବିବାହରେ ଫଟୋସୁଟ୍‌ ଚାଲିଥିବା ବେଳେ ସୁଟ୍‌ବୁଟ୍‌ରେ ଆସି ଚୋର ଲୁଟି ନେଲା ଟଙ୍କା ଭର୍ତ୍ତି ବ୍ୟାଗ୍‌, ଦେଖନ୍ତୁ ସମ୍ପୂର୍ଣ୍ଣ ଦୃଶ୍ୟ

ବିବାହରେ ଚୋରି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବିବାହ ଭଳି ପବିତ୍ର ଉତ୍ସବରେ ଅତିଥିମାନେ ବରବଧୂଙ୍କୁ ଆର୍ଶୀବାଦ ଦେବାକୁ ଆସୁଥିବା ବେଳେ ଲୋକଙ୍କ ବ୍ୟସ୍ତତାର ଫାଇଦା ନେଇ କିଛି ଲୋକ ଏ ଅବସରରେ କଳାକନା ବୁଲାଇଦେଉଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଡ଼କଡ଼ଡ଼ୁମା କୋର୍ଟ ନିକଟରେ ଆୟୋଜିତ ଏକ ବିବାହରେ। ବିବାହରେ ଜଣେ ଚୋର ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇଯାଇଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ପରିବାରର କହିବାନୁସାରେ ବ୍ୟାଗ୍‌ରେ ୫ ଲକ୍ଷ ଟଙ୍କା ଥିଲା। ପୋଲିସ ମାମଲାକୁ ଗୁରୁତର ସହ ନେଇ ଯାଞ୍ଚ ଚଳାଇଛି। ତେବେ ଏହି ଚୋରି ବେଳର ସମ୍ପୂର୍ଣ୍ଣ ଦୃଶ୍ୟ ବିବାହର ଭିଡିଓ ଦେଖିବା ପରେ ସାମ୍ନାକୁ ଆସିଛି।

ଦେଖନ୍ତୁ ଭିଡିଓ:


ଭିଡିଓଟିକୁ ମୁକେଶ ସିଂହ ସେନ୍‌ଗାର୍‌ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ବରବଧୂଙ୍କ ସହ ପରିବାରର ସମସ୍ତ ସଦସ୍ୟ ଫଟୋ ଉଠାଇବାରେ ବ୍ୟସ୍ତ ଥିବା ବେଳେ ଏକ ୧୫ ବର୍ଷ ୧୬ ବର୍ଷର ଯୁବକ ସୁଟ୍‌ବୁଟ୍‌ରେ ଆସୁଛି। ଯୁବକଟି ଫଟୋ ଉଠାଉଥିବା ଲୋକଙ୍କ ପଛ ପଟକୁ ଧୀରେ ଧୀରେ ଯାଇ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଉଠାଇ ଚାଲିଯାଉଛି। ବିବାହ ଭିଡିଓ ଦେଖି ତଦନ୍ତ ଜାରି ରହିଛି, ଖୁବ୍‌ଶୀଘ୍ର ଚୋର ଧରାପଡ଼ିବ ବୋଲି ପୋଲିସ କହିଛି।

ଏହାସହ ପଢ଼ନ୍ତୁ:  ଚଳନ୍ତା ବାଇକ୍‌ ଉପରକୁ ଡେଇଁଲା ଚିତା, ଦେଖିଲେ ଥରିଉଠିବ ଦେହ

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଗୁଡଗାଓଁ ନିକଟସ୍ଥ ଏକ ହୋଟେଲ୍‌ରେ ବିବାହ ଉତ୍ସବରେ ବରବଧୂଙ୍କ ୮୦ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଯାଇଥିଲା।

You might also like