Below header

ଯାଜପୁର: ବୈତରଣୀ ନଦୀରେ ଅଘଟଣ, ଦଶାଶ୍ୱମେଧ ଘାଟରେ ବୁଡି ତୀର୍ଥଯାତ୍ରୀ ମୃତ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡି ତୀର୍ଥଯାତ୍ରୀ ମୃତ । ମୃତ ତୀର୍ଥଯାତ୍ରୀ ହେଲେ ବିଶାଖାପାଟଣା ସିଥମପେଟ ଅଂଚଳର ଦୁର୍ଗା ରାଓଙ୍କ ଝିଅ ଗିବିଡି ଦୁର୍ଗା । ବିଶାଖାପାଟଣା ସିଥମପେଟ ଅଂଚଳରୁ ୧୨୦ଜଣ ତୀର୍ଥଯାତ୍ରୀ ଓଡିଶାକୁ ତୀର୍ଥ ପାଇଁ ଆସିଥିଲେ । ପ୍ରଥମେ ପୁରୀ କୋଣାର୍କ ଭ୍ରମଣ ସାରି ଆଜି ମା ବିରଜାଙ୍କ ଦର୍ଶନ ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ବୈ÷ତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଗାଧୋଇବା ସମୟରେ ତିନିଜଣ ନିଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣ ଉଦ୍ଧାର ହେବାପରେ ଗିବିଡି ନିଖୋଜ ଥିଲେ । ଘଟଣା ସ୍ଥଳରେ ଯାଜପୁର ଦମକଳ ବାହିନୀ ପହଚିଂ ବହୁ ଖୋଜାଖୋଜି କରି ଗିବିଡିକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଶୋକାକୂଳ ପରିବେଶ ସୃଷ୍ଟିହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.