Below header

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ୱାଧୀନତା ସଂଗ୍ରାମୀ, ୫ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଗୋପ: ଶଯ୍ୟାଶାୟୀ ସ୍ୱାଧୀନତା ସଂଗ୍ରାମୀ । ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୫ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହା ସହ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ତାଙ୍କ ପରିବାର । ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ପାତ୍ରସାହି ଗାଁର ରବୀନ୍ଦ୍ରନାଥ ମହାପାତ୍ର ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ପାତ୍ର ସାହି ଗାଁର ରବୀନ୍ଦ୍ର ନାଥ ମହାପାତ୍ର । ଦିନେ ସେ ଥିଲେ ସ୍ୱାଧୀନତା ଆନ୍ଦୋଳନରେ ଗଡ଼ଜାତ ଅଞ୍ଚଳର ମୁଖ୍ୟ ପୁରୋଧା । ହେଲେ ଆଜି ଶଯ୍ୟାଶାୟୀ । ଇଂରେଜ ସରକାରଙ୍କ ବିରୋଧରେ କରିଥିଲେ ସଂଗ୍ରାମ । ହେଲେ ସେହି ସ୍ୱତନ୍ତ୍ର ସୈନିକ ଆଜି ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ଦୀର୍ଘ ୫ ବର୍ଷ ହେବ ସେ କର୍କଟ ରୋଗରେ ପୀଡିତ । ଆଉ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବହୁ ଡାକ୍ତରଖାନା ବୁଲି ବୁଲି ଅର୍ଥାଭାବରୁ ଶେଷରେ ଭଗବାନଙ୍କ ଭରସାରେ ରହିଛନ୍ତି ରବୀନ୍ଦ୍ରଙ୍କ ପରିବାର ।

୨୦୧୮ ମସିହା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବରେ ଓଡ଼ିଶା ସରକାର ତାଙ୍କୁ ସ୍ୱତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରିଥିଲେ । ହେଲେ ଏହି ସଂଗ୍ରାମୀଙ୍କୁ ଭତ୍ତାଟଙ୍କା ବାଦ୍‌ ଆଉ କୌଣସି ସରକାରୀ ସୁବିଧା ମିଳୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଯଥାଶ୍ରୀଘ୍ର ବିଜୁ ଆବାସ ଗୃହ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗୋପ ବିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.