Below header

୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିବେ ସୁନ୍ଦରଗଡ଼ର ବିରଜୁ କୁଲୁ

ସୁନ୍ଦରଗଡ଼: ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିବେ ବିରଜୁ କୁଲୁ । ସୁନ୍ଦରଗଡ଼ର କୁତ୍ର। ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ଯୁବକ ବିରଜୁ କୁଲୁ । ମିଳିଥିବା ସୂଚନା ଅନୁଯାୟୀ ବିରଜୁ ଘର ଛାଡ଼ି ପଳାଇଥିଲେ ଏବଂ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଦେଇଥିଲେ । ଏହା ପରେ ତାଙ୍କୁ ସେଠାରେ ବନ୍ଦି କରି ଦିଆଯାଇଥିଲା।

ତେବେ ସବୁଠାରୁ ଦୁଃଖର କଥା ପୁଅକୁ ଝୁରି ଝୁରି ବାପା ମାଆ ଆରପାରିକି ଚାଲିଯାଇଛନ୍ତି । ବିରଜୁଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପିଲା ଦିନରୁ ବିରଜୁ ସାମାନ୍ୟ ମାନସିକ ଅନଗ୍ରସର ପ୍ରକୃତିର ଥିଲେ । ୨୫ ବର୍ଷ ହୋଇଥିବା ବେଳେ ସେ ଘରୁ କୁଆଡେ ପଳାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ବିରଜୁଙ୍କ କୌଣସି ପତ୍ତା ମିଳିନଥିଲା । ବିରଜୁଙ୍କ ପରିଚୟ ଓ ଠିକଣା ପାଇଁ କୁତ୍ରା ପୋଲିସ ତାଙ୍କ ଘରକୁ ଯାଇଥିବା ବେଳେ ସେ ପାକିସ୍ତାନ ଜେଲରେ ଥିବା ଜଣାପଡିଥିଲା । ମାନସିକ ଅନଗ୍ରସର ଥିବାରୁ ସେ ପାକିସ୍ତାନ ସୀମା ଭିତରକୁ ସେ ଚାଲି ଯାଇଥିଲେ । ତାଙ୍କୁ ଗୁପ୍ତଚର ଭାବି ପାକିସ୍ତାନ ସେନା ଜେଲରେ ରଖିଥିଲେ ।

ଗତ ୨୬ ତାରିଖରେ ସେ ସେଠାରୁ ମୁକୁଳିଛନ୍ତି । ପାକିସ୍ତାନ ସେନା ତାଙ୍କୁ ଭାରତକୁ ହସ୍ତାନ୍ତର କରିଛନ୍ତି । ବିରଜୁ ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ନାରାୟଣଗଞ୍ଜଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରୁ ନିଜ ଘରକୁ ଫେରିବାର ବ୍ୟବସ୍ଥା ପ୍ରଶାସନ କରୁଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ଗାଁରେ ଖୁସିର ମାହୋଲ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.