ବୀରମିତ୍ରପୁର ଗଣଦୁଷ୍କର୍ମ ମାମଲା, ଏସ୍‌ଓଏସ୍‌ ଭିଲେଜ୍‌କୁ ଫେରିଲେ ନିଖୋଜ ପୀଡ଼ିତା ନାବାଳିକା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଗଣଦୁଷ୍କର୍ମ ମାମଲାରେ ନିଖୋଜ ପୀଡ଼ିତା ନାବାଳିକା ଏସ୍‌ଓଏସ୍‌ ଭିଲେଜ୍‌କୁ ଫେରିଛି । ଶୁକ୍ରବାର ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳିକାକୁ ଗତକାଲି ରାତିରେ ବୀରମିତ୍ରପୁର ଅଞ୍ଚଳରୁ ଉଦ୍ଧାର ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଗତ ଜୁନ୍‌ ମାସରେ ରାଏବଗା ଥାନା ଅଞ୍ଜଳରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଓ ପୀଡ଼ିତାଙ୍କ ଗର୍ଭପାତ କରାଇଥିବା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଗିରଫ ହୋଇଛନ୍ତି । ଅନ୍ୟ ୪ ଅଭିଯୁକ୍ତ ଫେରାର୍‌ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.