Below header

ଦାଦିଙ୍କ ସହିତ ଏମିତି ନାଚିଲେ ଯୁବକ, ଭିଡିଓ ଦେଖି ଆପଣଙ୍କ ଛାତି ବି ଖୁସିରେ ଝୁମି ଉଠିବ 

ଆଇଏଏସ ପ୍ରିୟଙ୍କା ଶୁକ୍ଲା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, ନବରାତ୍ରିରେ ଗରବା ଏମିତି ହିଁ ଖେଳିବା ଉଚିତ ।  ପ୍ରକୃତରେ ଭିଡିଓଟିରେ ଜଣେ ବୃଦ୍ଧାଙ୍କ ସହ ଜଣେ ଯୁବକ ଖୁବ ମଜାର ସହ ଗୁଜୁରାଟର ପାରମ୍ପରିକ ନୃତ୍ୟ ତଥା ନବରାତ୍ରି ସମୟର ସ୍ପେଶାଲ ନାଚ ଗରବା ଖେଳୁଥିବାର ନଜର ଆସିଛନ୍ତି । ବୟସାଧିକ କାରଣରୁ ବୃଦ୍ଧା ଜଣଙ୍କ ଏକ ଚୌକି ଉପରେ ବସିଛନ୍ତି । ହୁଏତ ଶାରୀରିକ ଦୁର୍ବଳତା କାରଣରୁ ଚୌକିରୁ ଉଠି ପାରୁନାହାନ୍ତି । ଆଉ ଚୌକି ଉପରେ ବସି ହାତରେ ଗରବାର ଆକ୍ସନ କରି ନାଚର ମଜା ନେବାରେ ଲାଗିଛନ୍ତି ।ବିପରୀତରେ ଯୁବକ ଜଣଙ୍କ ଛିଡା ହେବା ଅବସ୍ଥାରେ ବୃଦ୍ଧାଙ୍କ ସହ ଗରବା ନାଚ କରୁଛନ୍ତି । ଆଇଏଏସ ପ୍ରିୟଙ୍କାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓଟି ଖୁବ ଲୋକପ୍ରିୟତା ସାଉଁଟିବାରେ ଲାଗିଛି । ଖୁବ କମ ସମୟରେ ଏହାକୁ ୨  ଲକ୍ଷରୁ ଅଧିକ ଜଣ ଦେଖିବା ସହ ୫୦ ହଜାରରୁ ଅଧିକ ଥର ସେୟାର କରାଯାଇଛି । ଏହା ସହ ଦେଢ଼ ଲକ୍ଷରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି ।

ବୃଦ୍ଧାଙ୍କ ସହ ଯୁବକ ଜଣଙ୍କ ମଜାର ସହ ଗରବା ଖେଳୁଥିବା ଏହି ଭିଡିଓ ନବରାତ୍ରିର ମଜା କେମିତି ନିଆଯାଏ ତାହା ଶିଖେଇବା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମଧ୍ୟ ଦେଉଛି । ଘରର ବୟସ୍କ ମାନଙ୍କୁ ଅଣଦେଖା ନକରି ପ୍ରତିଟି ଉତ୍ସବରେ ସେମାନଙ୍କୁ କିପରି ସାମିଲ କରାଯାଇପାରିବ ସମାଜକୁ ସେହି ଶିକ୍ଷା ଦେଉଛି । ଆଉ ଏମିତି କରିବା ଦ୍ୱାରା ସେମାନେ ମଧ୍ୟ ନିଜକୁ ଅସହାୟ ମନେ କରିବେ ନାହିଁ । ଏହି ଉଦ୍ଦେଶ୍ୟ ରଖି ଆଇଏଏସ ପ୍ରିୟଙ୍କା ଏହାମଧ୍ୟ ଲେଖିଛନ୍ତିକି, ତମେ କଣ ନିଜ ଘରର ବୟୋଜ୍ୟୋଷ୍ଠ ସହିତ ଏମିତି କେବେ ଡ୍ୟାନ୍ସ କରିଛନ୍ତି କି ?

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.