ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା(କେନ୍ୟୁଜ୍): ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍‌ର ୨୦ଟି ମ୍ୟାଚ ଏହି ଷ୍ଟାଡିମୟରେ ଖେଳାଯିବ। ଭାରତୀୟ ଟିମ୍‌ର ବିଶ୍ୱକପ୍‌ ଅଭିଯାନ ଏହି ଷ୍ଟାଡିୟମରୁ ଆରମ୍ଭ ହେବ। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ପାରିବେ। ଉଭୟ ଖେଳାଳୀ ଓ ଦର୍ଶକଙ୍କ ପାଇଁ ସର୍ବୋତ୍ତମ ସୁବିଧା ରହିଛି।

୨୦୨୧ ଫେବ୍ରୁଆରୀ ଆରମ୍ଭ ହୋଇଥିଲା ନିର୍ମାଣ କାମ। ୧୫ ମାସ ଭିତରେ ନିର୍ମାଣ କାମ ସରିଛି। ଷ୍ଟାଡିୟମର ବିଶେଷତ୍ୱ ଡ୍ରେସିଂ ରୁମ୍‌ରୁ ପ୍ରାକ୍ଟିସ ପିଚ୍‌ ପର୍ଯ୍ୟନ୍ତ ଏକ କନେକ୍ଟିଂ ଟନେଲ ରହିଛି। ଖେଳାଳି ଓ ସପୋର୍ଟ ଷ୍ଟାଫ ରହିବାକୁ ୨୨୫ କୋଠରୀ ବିଶିଷ୍ଟ ବିଶ୍ୱକପ୍‌ ହକି ଗ୍ରାମର ନିର୍ମାଣ କରାଯାଇଛି। ମାତ୍ର ୯ ମାସ ମଧ୍ୟରେ ହକି ଗ୍ରାମର ନିର୍ମାଣ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସମ୍ପୂର୍ଣ୍ଣରୂପେ ସୁଗମ୍ୟ ବ୍ୟବସ୍ଥା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.