Below header

ପୂର୍ବତଟ ରେଳବାଇର ବିଭାଜନକୁ ବିରୋଧ , ଭୁବନେଶ୍ୱର ପୂର୍ବତଟ ରେଳବାଇର ମୁଖ୍ୟ ଦପ୍ତର ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର(କେନ୍ୟୁଜ୍) : ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ । ଭୁବନେଶ୍ୱର ପୂର୍ବତଟ ରେଳବାଇର ମୁଖ୍ୟ ଦପ୍ତର ଆଗରେ ବିଜେଡିର ବିକ୍ଷୋଭ । ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବିଭାଜନକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ପୂର୍ବତଟ ରେଳବାଇ ପ୍ରତିବର୍ଷ ରେଳ ବିଭାଗକୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ଦେଉଛି । ବାରମ୍ବାର କେନ୍ଦ୍ର ରେଳବାଇ ବିଭାଗର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ବିଜୁ ଜନତା ଦଳ ଦୃୃଢ ବିରେଧ କରୁଛି । ଏବେ କେନ୍ଦ୍ର ସରକାର ଚକ୍ରାନ୍ତ କରି ପୂର୍ବତନ ରେଳବାଇର ବିଭାଜନ କରି ୱାଲଟିୟର ଡିଭିଜନକୁ ଅଲଗା କରିଛନ୍ତି । ପୂର୍ବତଟ ରେଳବାଇ ଅଧିନରେ ଥିବା ଡିଜେଲ ଇଂଜିନ ସେଡ୍‌ଠାରୁ ଆରମ୍ଭ କରି ୱାଗନ ମେଣ୍ଟେନାନ୍‌ସ ଫ୍ୟାକ୍ଟ୍ରି ପର‌୍ୟ୍ୟନ୍ତ ସବୁ ୱାଲଟିୟର ଡିିଜିଜନ ବିଶାଖାପାଟଣାରେ ରହିଛି । ସେହିପରି ବିଶାଖାପାଟଣାରେ ରହିଛି ପୂର୍ବତଟ ରେଳପଥର ସବୁଠାରୁ ବଡ଼ ଇଲେକ୍ଟ୍ରିକ ଇଂଜିନ ସେଡ୍‌ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ୱାଲଟିୟର ଡିଭିଜନ ସାଉଥ କୋଷ୍ଟ ରେଲୱେର ବିଜୟୱାଡା ଡିଭିଜନରେ ରହିବ । ଫଳରେ ଉଭୟ ପୂର୍ବତଟ ରେଳବାଇ ଓ ଓଡ଼ିଶାର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । କେନ୍ଦ୍ରର ନିଷ୍ପତ୍ତି ପରେ ପୂର୍ବତଟ ରେଳବାଇର ରାଜସ୍ୱ କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.