Below header

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଯାଜପୁର(କେନ୍ୟୁଜ): ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୨ବର୍ଷ ଅତିକ୍ରମ କରି ୨୩ବର୍ଷରେ ପହଁଚିଲା ଦଳ। ଏନେଇ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପାଳନ କରାଯାଇଛି ଦଳର ପ୍ରତିଷ୍ଠା ଦିବସ। ଜାରକାଠାରେ ଧର୍ମଶାଳା ନିର୍ବାଚନମଣ୍ଡଳୀସ୍ତରୀୟ ଉତ୍ସବକୁ ଉଦଘାଟନ କରିଥିଲେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଏଥିରେ ପୂର୍ବତନ ସାଂସଦ ରୀତା ତରାଇ, ବ୍ଲକ ଅଧକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଡ଼. ପ୍ରିୟନାଥ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ନାମରେ ଗଠିତ ଏହି ଦଳ ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।

jajpur bjdସେହିପରି ଚଣ୍ଡିଖୋଲ ଛକ ଠାରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ରାଜ୍ୟବାସୀଙ୍କ ଆଶୀର୍ବାଦରେ ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଇତିହାସ ସୃଷ୍ଟି କରିପାରିଛନ୍ତି। ବରୀ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ବରୀ ବିଧାୟିକା ସୁନନ୍ଦା ଦାସ, ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ଯୁବନେତା ଦେବେନ୍ଦ୍ର ଦାସ, ଅଶୋକ ସାମଲ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଯାଜପୁର, ସୁକିନ୍ଦା ଓ ବିଂଝାରପୁର ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

bjd jajpur sukinda

ସେହିପରି ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରଜା କଲ୍ୟାଣ ମଣ୍ଡପରେ ଯାଜପୁର ବିଜେଡି ପକ୍ଷରୁ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

jajpur roadଆଜିର ଏହି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାର ସାଢେ ଚାରିକୋଟି ଜନତାଙ୍କ ପ୍ରତିଥିବା ଆବେଗ ଏବଂ ନୂତନ ଓଡିଶା ଗଡ଼ିବାର ସ୍ୱପ୍ନ ସମ୍ପର୍କରେ କହିବା ସହ ଯାଜପୁର ଜିଲ୍ଲାକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାର ସ୍ୱପ୍ନକୁ ସାକାର କରିବାର ସଂକଳ୍ପ କରାଯାଇଥିଲା।

ବିଧାୟକ ପ୍ରଣବ ପ୍ରକାଶ ପ୍ରତିଷ୍ଠା ଦିବସ ଅବସରରେ ଯାଜପୁର ବାସୀଙ୍କ ସ୍ୱପ୍ନକୁ ସାକାର କରିବା ସହ ଯୁବ ପିଢୀଙ୍କ ରୋଜଗାର କ୍ଷମ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରି ଅନେକ ଯୋଜନା ଆରମ୍ଭ କରିବାର ଆଜି ସଂକଳ୍ପ ନେଇଛନ୍ତି । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଏବଂ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.