ଆସନ୍ତାକାଲି ବିଜେଡ଼ିର ପ୍ରତିଷ୍ଠା ଦିବସ , ଫୋକସରେ ତୃଣମୂଳ ସ୍ତର

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ବିଜେଡ଼ିର ପ୍ରତିଷ୍ଠା ଦିବସ । ଏଥର ଫୋକସରେ ତୃଣମୂଳ ସ୍ତର । ଗାଁଠୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ପର୍ୟ୍ୟନ୍ତ ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ । ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ଗୋଟିଏ ପଟେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଥିବାବେଳେ ଅନ୍ୟପଟେ କାଲି କଂଗ୍ରେସ କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ‘ଜବାବ ମାଗେ ଓଡ଼ିଶା’ ନାଁରେ ଆଉ ଏକ କାର୍ୟ୍ୟକ୍ରମ କାଲିଠାରୁ ଆରମ୍ଭ କରୁଥିବା ବିଜେପି କହିଛି । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।