ସାଓମି ଏମଆଇ ପ୍ଳେ ହେଲା ଲଞ୍ଚ : ବଡ଼ ଡିସପ୍ଳେ ସହ ଖାସ ରହିଛି ଏହି ଫିଚର

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ୍ କମ୍ପାନି ସାଓମି ଆଜି ଏକ ନୂଆ ସ୍ମାର୍ଟଫୋନ୍ ସାଓମି ଏମଆଇ ପ୍ଳେ ଲଞ୍ଚ କରିଛି। ପ୍ରଥମ ଥର ପାଇଁ କମ୍ପାନି ଏପରି ନାମ ଥିବା ସ୍ମାର୍ଟଫୋନ ଲଞ୍ଚ କରିଛି। ଫୋନର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୱାଟର ଡ୍ରପ ଡିସପ୍ଲେ ରହିଛି। ଏହି ଫୋନ ବିଷୟରେ ଆଗରୁ ମଧ୍ୟ ବହୁତ ତଥ୍ୟ ଲିକ୍ ହୋଇସାରିଲାଣି।

mi play

ଆସନ୍ତୁ ଜାଣିବା କଣ ରହିଛି ଫିଚର

ଏହାର ଡିସପ୍ଳେ ୫.୫୮ଇଞ୍ଚ ଡିସପ୍ଳେ ରହିଥିବା ବେଳେ ଏହାର ରିଜୋଲ୍ୟୁସନ୍ ରହିଛି ୧୦୮୦ଢ୨୨୮୦ ପିକ୍ସଲ। ଏହାକୁ କମ୍ପାନି ବ୍ଳୁ, ବ୍ଳାକ୍ ଏବଂ ରେଡ଼ କଲରେ ଲଞ୍ଚ କରିଛି। ଫୋନର ରିୟର କ୍ୟାମେରା ୧୨ ପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ରହିଛି ୮ ମେଗାପିକ୍ସଲ। ତେବେ ଏହା ବର୍ତ୍ତମାନ କେବଳ ଚାଇନାରେ ଲଞ୍ଚ କରିଥିବା ବେଳେ ଖୁବ ଶୀଘ୍ର ଭାରତରେ ଲଞ୍ଚ କରିବ ବୋଲି ଖବର ରହିଛି।

ଏହି ଏମଆଇ ଫୋନରେ ୪ଜିବି ରାମ୍ ରହିଥିବା ବେଳେ ୬୪ଜିବି ଷ୍ଟୋରେଜ୍ ରହିଛି। ଏହାର ବ୍ୟାଟେରୀ ୩୦୦୦ଏମଏଏଚ୍ ବ୍ୟାଟେରୀ ରହିଥିବା ବେଳେ ଏହାର ମୂଲ୍ୟ ୧୦୯୯ ୟୁଆନ ରଖାଯାଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୧ହଜାର ଟଙ୍କାର ରହିପାରେ ବୋଲି କୁହାଯାଉଛି।