Below header

ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି: ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ଅନ୍ୟ ଦଳର ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ମୟୂରଭଞ୍ଜ ରେ ବଳ ଗୋଟାଉଛି ବିଜେଡି । ବିଜେଡି ଉପରେ ବଢୁଛି ମୟୂରଭଞ୍ଜବାସୀଙ୍କ ବିଶ୍ବାସ । ବିଭିନ୍ନ ଦଳ ଛାଡି ବହୁ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ।ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେଠୁ ଆରମ୍ଭ ହେଲାଣି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ କର୍ମୀ ବିଜେଡିରେ ମିଶୁଛନ୍ତି । ସେହିପରି ଗତକାଲି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ ରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସୁରକ୍ଷା ମୋର୍ଚ୍ଚା ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସର୍ପତି ଟୁଡୁ ନିଜ ଦଳ ଜେ.ଏମ.ଏମ କୁ ଛାଡି ବିଜେଡିର ସାମିଲ ହୋଇଛନ୍ତି। ସେହିପରି ଆମ୍ ଆଦମୀ ପାର୍ଟିର ସଭାପତି ବିଶ୍ୱନାଥ ହେମ୍ବ୍ରମ ମଧ୍ୟ ନିଜ ଦଳ ଛାଡି ଶଙ୍ଖ ଧରିଛନ୍ତି । ଏହା ବ୍ୟତୀତ ବିଜେପି ସମର୍ଥିତ ବେତନଟୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ପାନମଣି ମୁର୍ମୁ, ସଠିଲ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ଟୁଡୁ, ଦୁହିକଟି ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ତୁଳସୀମଣି ସିଂ,ରଘୁପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୁକାନ୍ତିଲତା ସିଂ, ମୁକ୍ତାପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ସୁମତି ହଂସଦା ଓ ଦୁହିକଟି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜିନୀ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ନିର୍ମଳ ଏବଂ ଜନ ହିତାଧିକାରୀ ଶାସନରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ବିଜେଡିରେ ସାମିଲ ହୋଇଥିବା କର୍ମୀ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ବଡ଼ସାହି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ମୋରଡ଼ା ବିଧାୟକ ଶ୍ରୀ ରାଜକିଶୋର ଦାସ, ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀ ଜନ୍ମଜୟ ଲେଙ୍କା,ବଡ଼ସାହି ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଯୁବନେତା ଶ୍ରୀ ଚିନ୍ମୟ ସାହୁ, ବଡ଼ସାହି ପୂର୍ବତନ ବିଧାୟକ ଶ୍ରୀ ଗଣେଶ୍ୱର ପାତ୍ର,ବିଜେଡି ବଡ଼ସାହି ସଂଯୋଜକ ଶ୍ରୀ ଶୁଭ୍ରମନ୍ୟୁମ ମହାନ୍ତି ,ବରିଷ୍ଠ ବିଜେଡି ନେତା ଖିତିଶ ମହାନ୍ତି ଓ ଶ୍ରୀ ଜ୍ୟୋତି ସାମଲ,ଜ୍ଞାନ ରଞ୍ଜନ ଦାଶ,ସୁଶାନ୍ତ ବଳା, ଅର୍ଜୁନ ଦଳାଇ,ସୁନ୍ଦର ମୋହନ ମହାନ୍ତ ପ୍ରମୁଖ ଆଦି ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଜେପି କଂଗ୍ରେସ ଓ ଜେ.ଏମ.ଏମ ଦଳ ଛାଡିଥିବା ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜୁଜନତା ଦଳ ତରଫରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତଙ୍କ ନଜର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀ ଉପରେ ରହିଛି । ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଏବଂ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉପସ୍ଥିତ ନବନିଯୁକ୍ତ କର୍ମୀମାନେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.