Below header

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିଆନର ସିପାହୀ: ୫ଟି ସ୍ଥାନରେ ଏକକାଳୀନ ରେଡ୍‌, ୨ଲକ୍ଷ ୯୪ହଜାର ଟଙ୍କା ଜବତ

କଟକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସିପାହୀ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଷଷ୍ଠ ବାଟାଲିଆନର ସିପାହୀ ସହଦେବ ପରିଡ଼ାଙ୍କ ଘରେ ଚାଲିଛି ଚଢାଉ। ୫ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି। କଟକ ଷଷ୍ଠ ବାଟାଲିଆନ ପରିସରରେ ଥିବା ସରକାରୀ ଘର, ତିନିଘରିଆରେ ଥିବା ୩ ମହଲା ଘର, କଟକ ଗଣ୍ଟରପୁରରେ ଥିବା ଘର , ପୁରୀ ଚନ୍ଦନପୁରସ୍ଥିତ ପୈତୃକ ଘର ଓ ମାଳତିପାଟପୁରରେ ଥିବା ଶ୍ଭଶୁର ଘରେ ମଧ୍ୟ ଚଢଉ ଚାଲିଛି।

ଚଢାଉ ବେଳେ ୨ଲକ୍ଷ ୯୪ହଜାର ଟଙ୍କା ଜବତ ହୋଇଛି। ଏହାସହ ୪ଟିପ୍ଲଟ, ୪ଟି ୨ଚକିଆ ଯାନ, ସୁନା,ଗହଣା ଓ ୧୭ଟି ପାସବୁକ୍‌ ଜବତ ହୋଇଛି। ଚଢାଉରେ ୩ଜଣ DSP ଓ ୯ଜଣ ଇନିସପେକ୍ଟର ସାମିଲ ଅଛନ୍ତି। ଏବେବି ଚଢାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.