ଶୁଙ୍କି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ମୁହାଁମୁହିଁ ଧକ୍କା ହେଲେ ୨ଟି ଟ୍ରକ୍, ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

କୋରାପୁଟ(କେନ୍ଯୁଜ୍): ଶୁଙ୍କି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେଲେ ୨ଟି ଟ୍ରକ। କୋରାପୁଟ ଜିଲ୍ଲା ଶୁଙ୍କି ଘାଟିରେ ୨ଟି ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଉଭୟ ପାର୍ଶ୍ୱରେ ଗାଡିମୋଟର ସବୁ ଅଟକି ରହିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡିନି। ପଟାଙ୍ଗି ଓ ଶୁଙ୍କି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.