Below header

ଆଜି ବସୁଛି ବିଜେଡି ପାର୍ଲିଆମେଣ୍ଟାରୀ ବୈଠକ

କେନ୍ଯୁଜ୍: ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ବିଜେଡି ପାର୍ଲିଆମେଣ୍ଟାରୀ ବୈଠକ। ନବୀନ ନିବାସରେ ବୈଠକ ବସି ବଜେଟ୍‌ ଅଧିବେଶନ ପୂର୍ବରୁ ଦଳର ରଣନୀତି କଣ ହେବ ତା ଉପରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଅଧିବେଶନ ପୂର୍ବରୁ ଏକାଠି ହେବେ ସାଂସଦ। ଏଥର କେଉଁ ପ୍ରସଙ୍ଗକୁ ଅଧିକ ଫୋକସ କରିବ ଦଳ। କ’ଣ କ’ଣ ଦାବି ରହିବ, କେଉଁ ଭଳି ଉପସ୍ଥାପନ କରାଯିବ ସେ ସବୁ ଉପରେ ହେବ ଆଲୋଚନା। ବଜେଟ୍‌ ଅଧିବେଶନ ଥିବାରୁ କେନ୍ଦ୍ରୀୟ ଅନୁଦାନ ଓ ରେଳବାଇ କ୍ଷେତ୍ରକୁ ନେଇ ନବୀନ ପରାମର୍ଶ ଦେଇପାରନ୍ତି । ଗତ ଅଧିବେଶନଗୁଡିକରେ ବିଜେଡି ରେଳ ନେଟୱର୍କ, ଟେଲି ଡେନ୍‌ସିଟି ବୃଦ୍ଧି, ଆଇକନିକ୍‌ ସାଇଟ ଆଦି ପ୍ରସଙ୍ଗ ଉଠାଇଥିଲା ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.