Below header

ଜିମ୍‌ରେ ଓ୍ଵାର୍କଆଉଟ୍‌ ବେଳେ କ୍ୟାପ୍‌ଟେନ କୋହଲି କଲେ ଭୟଙ୍କର ଷ୍ଟଣ୍ଟ୍‌, ଏମିତି କଥା କହିଲେ ହରଭଜନ ସିଂ

ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ମାମଲାରେ ସାରା ବିଶ୍ୱର କ୍ରିକେଟରଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଇଣ୍ଟରନ୍ୟାଶନାଲ ସିରିଜ୍‌ର ତୃତୀୟ ମ୍ୟାଚ୍‌ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଓ୍ଵାର୍କଆଉଟ୍‌ ସମୟରେ ଶୁଟ୍‌ କରାଯାଇଥିବା ଏହି ଭିଡିଓରେ ବିରାଟ ଏକ ଭୟଙ୍କର ଷ୍ଟଣ୍ଟ୍‌ କରୁଥିବାର ଦେଖାଯାଉଛନ୍ତି। ସାମ୍ନାରେ ରଖାଯାଇଥିବା ଏକ ବକ୍ସ ଉପରକୁ ବିରାଟ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳୁଛି।

birat2

ତାଙ୍କର ଏହି ଷ୍ଟଣ୍ଟକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି। ‘ଟର୍ବନେଟର’ ଭାବେ ଜଣାଶୁଣା ହରଭଜନ ସିଂ ବି ତାଙ୍କୁ ଖୁବ୍‌ ପ୍ରଶଂସା କରି ‘ବାଃ’ ବୋଲି ଲେଖିଛନ୍ତି। ଏହାସହିତ ସେ ଇମୋଜି ମଧ୍ୟ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ବିରାଟ ନିଜର ଓ୍ଵାର୍କଆଉଟ୍‌ ବେଳର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ।

 

View this post on Instagram

 

Putting in the work shouldn’t be a choice, it should be a requirement to get better. #keeppushingyourself

A post shared by Virat Kohli (@virat.kohli) on

କହି ରଖୁଛୁ, ସିରିଜ୍‌ର ତୃତୀୟ ଟି-୨୦ ମ୍ୟାଚ୍‌ ହେମିଲଟନ୍‌ର ସେଡେନ୍‌ ପାର୍କରେ ୨୯ ଜାନୁୟାରୀରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.