Below header

ଆସନ୍ତା ଫେବୃଆରୀ ୧ ତାରିଖରୁ ୭୫ ଲକ୍ଷ ସ୍ମାର୍ଟ ଫୋନରେ କାମ କରିବନି Whats App

ଅନ୍ୟ ସୋସିଆଲ ମିଡ଼ିଆ ଆପ୍ସ ଗୁଡିକ ନିୟମିତ ଭାବେ ଅପଡ଼େଟ କରିଥାନ୍ତି । ଖୁବ ଶୀଘ୍ର ସୋସିଆଲ ମିଡ଼ିଆ ଆପ୍ସ Whats Appରେ କିଛି ନୂଆ ଫିଚର୍ସ ଆସିବାକୁ ଥିବା ବେଳେ କିଛି ପୁରୁଣା ଫିଚର୍ସକୁ ସବୁ ଦିନ ପାଇଁ ବନ୍ଦ କରିଦିଆଯିବ । ଫଳରେ ବିଶ୍ୱ ବ୍ୟାପି ୭୫ ଲକ୍ଷ ଲୋକ ସ୍ମାର୍ଟ ଫୋନ ୟୁଜର୍ସ ଆଉ Whats Appବ୍ୟବହାର କରିପାରିବେ ନାହିଁ । ପ୍ରକୃତରେ ଆସନ୍ତା ଫେବୃଆରୀ ୧ ତାରିଖରୁ ଲକ୍ଷ ଲକ୍ଷ ସ୍ମାର୍ଟ ଫୋନରେ Whats App ଆପ ନିଜ ସପୋର୍ଟ ସମ୍ପୂର୍ଣ ରୂପେ ବନ୍ଦ କରିବା ନେଇ ଲକ୍ଷ ରଖିଛି । ପୁରୁଣା ଅପରେଟିଙ୍ଗ ସପୋର୍ଟ ଥିବା ସ୍ମାର୍ଟ ଫୋନଧାରୀଙ୍କୁ ଆସନ୍ତା ୩୧ ତାରିଖ ଭିତରେ ନୂଆ ଫୋନ କିଣିବାକୁ ପଡିବ ।

whats app new

ଜାଣି ରଖନ୍ତୁ କେଉଁ କେଉଁ ଫୋନରେ କାମ କରିବନି ଏହି ଆପ :

ଆସନ୍ତା ୧ ତାରିଖ ଠାରୁ ଆଣ୍ଡ୍ରଏଡ଼ 2.3.7ଵାଲା ସ୍ମାର୍ଟ ଫୋନ ଓ ଆଇଓଏସ 7 ଵାଲା ଆଇଫୋନ ଗୁଡିକରେ Whats App ଆଉ କାମ କରିବ ନାହିଁ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତିର ପ୍ରଭାବ ଅଧିକ ସଂଖ୍ୟକ ୟୁଜର୍ସଙ୍କ ଉପରେ ପଡିବ ନାହିଁ । କାରଣ ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟବହାରକାରୀଙ୍କ ପାଖରେ ନୂଆ ଭର୍ଜନର ଫୋନ ଉପଲବ୍ଧ ଅଛି । ଆଣ୍ଡ୍ରଏଡ଼ କୀଟ କାଟ ବା 4.0.3 ଭର୍ଜନ ଫୋନରେ କେବଳ ମାତ୍ର Whats Appର ସପୋର୍ଟ ମିଳିପାରିବ । କିନ୍ତୁ ଏହା ଠାରୁ କମ ଭର୍ଜନ ଉପରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ । କହି ରଖିବା ଉଚିତ ହେବକି ଏହା ପୂର୍ବରୁ କମ୍ପାନୀ ନୋକିଆ ସେବିୟାନ୍ସ ଏସ 60, ବ୍ଳାକବେରି, ନୋକିଆ ଏସ 40  ଫୋନ ଗୁଡିକରେ କମ୍ପାନୀ ତରଫରୁ କମ୍ପାନୀ ତାର ସପୋର୍ଟକୁ ବନ୍ଦ କରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.