Below header

ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଲା ବିଜେଡି

ତୁରନ୍ତ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବାକୁ ଆଜି ରାଜ୍ୟସଭାରେ ଦାବି ଜଣାଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍‌ ସଂସଦରେ ବହୁ ଦିନ ହେଲା ପଡ଼ି ରହିଛି

  ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଲା ବିଜେଡି । ତୁରନ୍ତ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବାକୁ ଆଜି ରାଜ୍ୟସଭାରେ ଦାବି ଜଣାଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍‌ ସଂସଦରେ ବହୁ ଦିନ ହେଲା ପଡ଼ି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନେଇ ଦାବି କରିଆସୁଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ ଦେଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜିତିଥିଲେ । ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନେଇ ସମର୍ଥନ ଜୁଟାଇବାକୁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୨୨ ପ୍ରତିନିଧି ଦଳଙ୍କୁ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ପଠାଇଥିଲେ । ଏଥିପାଇଁ ଯଥାଶୀଘ୍ର ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବାକୁ ବିଜୁ ଜନତା ଦଳର ଦାବିକୁ ସାଂସଦ ସସ୍ମିତ ପାତ୍ର ଦୋହରାଇଛନ୍ତି । ଏହାଦ୍ୱାରା ଦେଶର ୬୬ କୋଟି ମହିଳାଙ୍କ ପ୍ରକୃତରେ ସଶକ୍ତୀକରଣ ହେବା ସହ ସ୍ୱପ୍ନ, ଆଶା, ଆଙ୍କାକ୍ଷା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.