ଉତ୍ତର ପ୍ରଦେଶ: ତୀର୍ଥଯାତ୍ରୀଙ୍କୁ ବୈଜନାଥ ଧାମ ନେଇ ଯାଉଥିଲା ବସ୍‌, ବିଦ୍ୟୁତ୍‌ ତାର ବାଜି ୮ ପୋଡ଼ିଗଲେ; ହସ୍ପିଟାଲରେ ଭର୍ତ୍ତି

ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ବୈଜନାଥ ଧାମ ନେଇ ଯାଉଥିବା ଏକ ବସ୍ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଏଥିରେ ଡ୍ରାଇଭରଙ୍କ ସମେତ ୮ ଜଣ ଯାତ୍ରୀ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।

ବସ୍‌ଟି ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ବସ୍‌ରେ କରେଣ୍ଟ୍‌ ଆସିବା ମାତ୍ରେ ତୀର୍ଥଯାତ୍ରୀମାନେ ଜୋର୍‌ରେ ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ଡ୍ରମଣ୍ଡଗଞ୍ଜ ପୋଲିସ ସର୍କିଲର ରେତେହ ଚୌରାହ ନିକଟରେ ଘଟିଥିବା ଜଣାପଡ଼ିଛି। ଗ୍ରାମ ମୁଖ୍ୟ ଶିବ ଗୋବିନ୍ଦ ଚୌରାସିଆ ତତ୍‌କ୍ଷଣାତ ସରକାରୀ ଆମ୍ବୁଲାନ୍ସ ଡକାଇଥିଲେ। ଏହାପରେ ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା ଏବଂ ଏ ବିଷୟରେ ପୋଲିସକୁ ମଧ୍ୟ ଅବଗତ କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.