ୟୁପି: ଫୁଲୁଛି ହିଣ୍ଡନ ନଦୀ, ବନ୍ୟା ପାଣିରେ ବୁଡ଼ିଲା ୪୦୦ OLA କାର୍‌…କରୋନା କାଳରେ ହୋଇଥିଲା ଉଦ୍ଧାର

ଉତ୍ତର ପ୍ରଦେଶରେ ହିଣ୍ଡନ ନଦୀରେ ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍‌ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର୍‌ଗୁଡ଼ିକ ପାର୍କିଂ ହୋଇଥିଲା।

ଉତ୍ତର ପ୍ରଦେଶରେ ହିଣ୍ଡନ ନଦୀରେ ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍‌ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର୍‌ଗୁଡ଼ିକ ପାର୍କିଂ ହୋଇଥିଲା। ବନ୍ୟା ପାଣିରେ ସମସ୍ତ କାର୍‌ ବୁଡ଼ିଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୋଲିସ ସୂଚନା ମୁତାବକ, ଇକୋଟେକ୍-୩ ଥାନା ପୁରୁଣା ସୁତିୟାନା ଗ୍ରାମରେ ହିଣ୍ଡନ ନଦୀର ବନ୍ୟାପ୍ଲାବିତ ଅଞ୍ଚଳରେ ଓଲା କମ୍ପାନୀର ଏକ କାର୍‌ ଡମ୍ପିଂ ୟାର୍ଡ ରହିଛି, ଯେଉଁଠାରେ ପାଖାପାଖି ୪୦୦ଟି ଗାଡ଼ି ପାର୍କିଂ ହୋଇଥିଲା।

ୟାର୍ଡର କେୟାର ଟେକର ଦିନେଶ ଯାଦବ ପୋଲିସକୁ କହିଛନ୍ତି ଯେ ପୁରୁଣା ତଥା କରୋନା କାଳର ରିକଭରୀ କାର୍‌ଗୁଡ଼ିକୁ ଏଠାରେ ପାର୍କିଂ କରାଯାଇଥିଲା। ସମସ୍ତ ଗାଡ଼ି ବର୍ତ୍ତମାନ ବନ୍ଦ ପଡ଼ିଛି। ଡମ୍ପିଂ ୟାର୍ଡ ଜଳମଗ୍ନ ହୋଇଯିବା ବିଷୟରେ ଓଲା କମ୍ପାନୀର ଉଚ୍ଚ ସ୍ତରୀୟ ପ୍ରବନ୍ଧକଙ୍କୁ ଜଣାଇ ଦିଆଯାଇଛି। ଜଳସ୍ତର ବଢ଼ୁଥିବାରୁ ୟାର୍ଡକୁ ଖାଲି କରିବା ପାଇଁ ଓଲା କମ୍ପାନୀର ପ୍ରବନ୍ଧକଙ୍କୁ ନୋଟିସ କରାଯାଇଛି।

ସେପଟେ ନୋଏଡା ଅଥରିଟିର ସିଇଓ ଲୋକେଶ ଏମ୍‌ ଓ ଡିଏମ୍‌ ମନୀଷ ବର୍ମା କହିଛନ୍ତି ଯେ ପୂର୍ବରୁ ନୋଟିସ ଦିଆଯାଇଥିଲେ ମଧ୍ୟ ଗାଡିଗୁଡ଼ିକୁ ହଟାଯାଇ ନ ଥିଲା। ଓଲା ଡମ୍ପିଂ ୟାର୍ଡ ଅପରେଟର ଏବଂ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.