Below header

ବାରମ୍ବାର ବିଦ୍ୟୁତ କାଟ୍‌କୁ ନେଇ କଟିହାରରେ ହିଂସା, ପୋଲିସ ଗୁଳିରେ ଜଣେ ମୃତ

ବିହାର କଟିହାରେ ବିଦ୍ୟୁତ କାଟିବା ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରକୁ ପୋଲିସ ଗୁଳିଚାଳନା କରିଛି । ଫଳରେ ଜଣେ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି ।

ବିହାର କଟିହାରରେ ପୋଲିସ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ବହୁତ ସଂଖ୍ୟାରେ ଲୋକ ବାରସାଇ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଲୋକ ହଠାତ୍‌ ଉତ୍ତେଜିତ ହୋଇଯାଇଥିଲେ । ଏହା ପରେ ପୋଲିସ ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିବା ସହିତ ଗୁଳି ଚାଳନା କରିଥିଲା ।

ପୋଲିସ ଗୁଳି ଚାଳନାରେ ୩ ଜଣଙ୍କୁ ଗୁଳି ବାଜିଥିଲା । ସ୍ଥାନୀୟ ଲୋକ ଦୁଇ ଜଣ ଲୋକ ମରିଛନ୍ତି ବୋଲି କହୁଥିବା ବେଳେ ପୋଲିସ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏହି ଘଟଣାରେ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିବାର ଦେଖିବାକୁ ମିଳିଛନ୍ତି । ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତି ନାମ ମୋହମ୍ମଦ ଖୁର୍ସିଦ । ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସିଲିଗୁଡିରେ ଚିକିତ୍ସା କରାଯାଉଛି । ଉତ୍ତେଜିତ ଲୋକେ ପୋଲିସ ଉପରକୁ ପଥର ମାଡ କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ଫଳରେ ପୋଲିସ ଗୁଳି ଚାଳନା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.