ଗୁଳି ଫୁଟି ପୋଲିସ କର୍ମଚାରୀ ଗୁରୁତର: ଅସାବଧାନତାବଶତଃ ଗୁଳି ଫୁଟିଛି ନା ଆତ୍ମହତ୍ୟା ଉଦ୍ୟମ ସ୍ପଷ୍ଟ ହୋଇନାହିଁ
ଆଜି ସକାଳେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି । ଗୁରୁତର ଆହତ ଡେପୁଟୀ ସୁବେଦାର ନରେନ୍ଦ୍ର ବିଶ୍ଵାଳଙ୍କଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): କୋରାପୁଟରେ ଗୁଳି ଫୁଟି ପୋଲିସ କର୍ମଚାରୀ ଗୁରୁତର । ଅସାବଧାନତାବଶତଃ ଗୁଳି ଫୁଟିଛି ନା ଆତ୍ମହତ୍ୟା ଉଦ୍ୟମ ସ୍ପଷ୍ଟ ହୋଇନାହିଁ । ଆଜି ସକାଳେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି । ଗୁରୁତର ଆହତ ଡେପୁଟୀ ସୁବେଦାର ନରେନ୍ଦ୍ର ବିଶ୍ଵାଳଙ୍କଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପରେ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଡେପୁଟୀ ସୁବେଦାର ନରେନ୍ଦ୍ର ବିଶ୍ୱାଳ ଆଣ୍ଟି ନକ୍ସଲ ସେଲରେ କାମ କରୁଛନ୍ତି ।