Below header

ଘୋଷଣା ହେଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ, ଜାଣନ୍ତୁ କିଏ କିଏ ମନୋନୀତ ହୋଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହେଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଓ  ସେକ୍ରେଟାରୀଙ୍କ ନାମ। ଆଜି ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ଯୁବ ଓ ଛ୍ରାତ୍ର ଜନତା ଦଳର ସଭାପତି ,ସେକ୍ରେଟାରୀ ଓ ଜେନେରାଲ  ସେକ୍ରେଟାରୀଙ୍କ ନାମକୁ  ପ୍ରେସ ରିଲଜ ମାଧ୍ୟମରେ  ଘୋଷଣା  କରିଛନ୍ତି।

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଶୁଭେନ୍ଦୁ ମଙ୍ଗରାଜ ଓ ବାଲେଶ୍ବର ଜୋନରୁ ଜୟରାମ ଦାସ ମନୋନିତ ହୋଇଛନ୍ତି। ସେହଭଳି  ସାଧାରଣ ସମ୍ପାଦକ ଭାବେ ତ୍ରୀଲୋଚନା ତରାଇ, ପ୍ରଦୀପ୍ତ ଭୂୟାଁ,ତାପସ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି ଓ ସେକ୍ରେଟାରୀ ଭାବେ ରଶ୍ମୀରଞ୍ଜନ ଦାସ ମନୋନୀତ ହୋଇଛନ୍ତି। ସେହିପରି ଜଏଣ୍ଟ ସେକ୍ରେଟାରୀ ଭାବେ ରାଜେଶ କୁମାର  ଭୂୟାଁଙ୍କୁ ମନୋନୀତ କରାଯାଇଛି।

bjd -1

 

ଏହାସହିତ ବାଲେଶ୍ବର ଓ ଜଗତସିଂହପୁରର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବାଲେଶ୍ବରରୁ ତାପସ କୁମାର  ପରିଡ଼ା ଓ ଜଗତସିଂହପୁରରୁ ସୌମ୍ୟଜିତ୍ ମହାପାତ୍ର ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି।

ସେହିଭଳି ବାଲେଶ୍ବର ଛାତ୍ର ଜନତା ଦଳର ସଭାପତି ଭାବେ ଅବୁଦୁଲ୍ ହବିବ୍ ମନୋନୀତ ହୋଇଛନ୍ତି।  ଏହା ସହିତ ବାଲେଶ୍ବର ଓ ଜଗତସିଂହପୁରର ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା  ହୋଇଛି। ବାଲେଶ୍ବରରୁ ସିମୋନ ଦାସ ମହାପାତ୍ର ଓ ଜଗତସିଂହପୁରରୁ ଇଂ ସମିତ୍ ଲୋଙ୍କା ମନୋନୀତ ହୋଇଥିବାର ଏକ ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ବିଜେଡି  ସାଧାରଣ ସଂପାଦକ ମାନସ ମଙ୍ଗରାଜ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.