ପଥର ଖଣିରେ ମୃତ୍ୟୁ, କ୍ରସର୍‌ ମେସିନ୍‌ରେ ଚାପି ହୋଇ ମରିଗଲେ ଶୁକୁଟା

ବାଂଶପାଳ (କେ ନ୍ୟୁଜ୍‌) : ବିନା ସୁରକ୍ଷାରେ ପଥର ଖଣିରେ କାମ କରୁଥିଲେ ଶ୍ରମିକ । ଦୁର୍ଘଯଣା ଘଟିଲା ଆଉ ଚାଲିଗଲା ଜଣେ ଯୁବକର ଜୀବନ । ଆଜି ସକାଳ ପ୍ରାୟ ୧୦ଟା ବେଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣିଡିହି ଗ୍ରାମରେ ଏହି ଘଟଣା ଘଟିଛି । ଏଠାକାର ମା ତାରିଣୀ ମାଇନିଙ୍ଗ ସର୍ଭିସ୍ ଷ୍ଟୋନ କ୍ବାରୀରେ ଏକ ମୋବାଇଲ କ୍ରସର ମେସିନ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଞ୍ଜିପାଣି ଥାନା ବେଣିଡିହି ଗ୍ରାମ ଅମରସା ସାହିର ଶୁକୁଟା ସନଗିଙ୍କ ପୁଅ ଭରତ ସନଗି। ଶୁକୁଟାଙ୍କ ବୟସ ୩୫ ବର୍ଷ । ସେ ଅବିବାହିତ ଥିଲେ ।

ଏକ ପୁରୁଣା କ୍ରସର ମେସିନକୁ ଅନଭିଜ୍ଞ ଶ୍ରମିକଙ୍କ ଦ୍ବାରା ବିନା ସୁରକ୍ଷାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ମେସିନଟି ଖସି ପଡିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ସୈାଭାଗ୍ୟକୁ ଅନ୍ୟ ୫ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ କ୍ରସରକୁ ବନ୍ଦ କରି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କାଞ୍ଜିପାଣି ଓ ତେଲକୋଇ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ କ୍ରସରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.