ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଜ୍ୟପାଳ‌ଙ୍କ ଧର୍ମପତ୍ନୀଙ୍କ ଶେଷକୃତ୍ୟ ସଂପନ୍ନ, ଶ୍ରଦ୍ଧାଞ୍ଜଳୀ ଦେଲା ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଶୀ ଲାଲ୍

କେନ୍ୟୁଜ୍(ବ୍ୟୁରୋ):  ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ମରଶରୀରକୁ ରାଜଭବନ ନିଆଯାଇଥିଲା । ସେଠାରେ ବିଭିନ୍ନ ଦଳର ରାଜନୈତିକ ନେତା ଓ ମନ୍ତ୍ରୀ ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କ ପାର୍ଥୀବ ଶରୀରକୁ ପୁରୀ ନିଆଯାଇଥିଲା ।

ସୁଶୀଳା ଦେବୀ ୬ ଡିସେମ୍ବର ୧୯୪୬ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ନାନୁ ରାମ ଗୋଏଲ ଓ ମା’ଙ୍କ ନାଁ ଚାନ୍ଦ ଦେବୀ । ୧ ଜୁଲାଇ ୧୯୬୪ରେ ସେ ପ୍ରଫେସର ଗଣେଶୀ ଲାଲଙ୍କୁ ବିବାହ କରିଥିଲେ । ତାଙ୍କର ୪ଜଣ ଝିଅ ଓ ୩ ଜଣ ପୁଅ ଅଛନ୍ତି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ରାଜ୍ୟପାଳଙ୍କ ବିଭିନ୍ନ କାମରେ ତାଙ୍କୁ ଦେଖିବାକୁ ମିଳିଥିଲା ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.