କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍‌, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ

କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍। ସୂଚନା ମୁତାବକ, ଗତ ଶନିବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସମୟରେ ଡ୍ରଗ୍ସ ଜବତ କରିଥିଲେ । ଉଭୟଙ୍କୁ ଜେରା ପରେ ଭାରତୀ ଏବଂ ହର୍ଷ ଡ୍ରଗ୍ସ ଖାଉଥିବାର ସ୍ୱୀକାର କରିଥିଲେ। ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା । ଆଜି ଉଭୟଙ୍କୁ ଜାମିନ୍‌ ମିଳିଥିବା ଜଣାଯାଇଛି ।

ଏହା ପୂର୍ବରୁ ଭାରତୀଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହୋଇପାରେ ବୋଲି କୁହାଯାଉଥିଲା। ଏନେଇ ସରକାରୀ ଓକିଲ ଅତୁଲ ସରପାଣ୍ଡେ କହିଛନ୍ତି, ଆମେ ଅନ୍ୟ ତାରିଖ ପାଇଁ ଅନୁରୋଧ କରିବୁ।’ କିନ୍ତୁ ଆଜି ଭାରତୀ ଏବଂ ହର୍ଷଙ୍କୁ ଜାମିନ୍ ମିଳିଥିବା ଜଣାଯାଇଛି ।

pjimageହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗତ ଶନିବାର ଦିନ ପାଖାପାଖି ୫ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କ ପତି ହର୍ଷଙ୍କୁ ଗିରଫ କରାଯାଇଥିଲା। ରବିବାର ଦିନ ଭାରତୀ ସିଂ ଏବଂ ହର୍ଷଙ୍କୁ ପ୍ରଥମେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ଆଜି ସକାଳ ପ୍ରାୟ ୧୧.୩୦ସମୟରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା।

comedian-bhartiସୂଚନାଯୋଗ୍ୟ, ଭାରତୀ ଦ କପିଲ ଶର୍ମା ଶୋ’ ରେ ହାସ୍ୟ ଅଭିନେତା କାମ କରୁଥିଲେ। ଏନେଇ ଯେବେଠାରୁ ତାଙ୍କ ଘରେ ଚଢାଉ କରାଯାଇଛି ସେବେଠାରୁ ଏହି ଶୋ’ର ହୋଷ୍ଟ କିପଲ ଶର୍ମାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି।

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରେ ଏନସିବି ଡ୍ରଗ୍ସ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏନେଇ ଗୋଟିଏ ପରେ ଗୋଟିଏ ବଲିଉଡ୍ ତାରକା ଏନସିବିର ଜାଲରେ ପଡୁଛନ୍ତି। ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ବେଳେ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.