Below header

୨୦ ବର୍ଷରେ ବି ପାଠ ପଢିବାକୁ ଚାହୁଁଛନ୍ତି ଅରବିନ୍ଦ, କିନ୍ତୁ ଅର୍ଥ ସାଧୁଛି ବାଧକ

ମାଲକାନଗିରି  :  ଅଭାବ, ଦାରଦ୍ର୍ୟ ମଣିଷକୁ ତାର ଇଚ୍ଛା ଓ ସ୍ୱପ୍ନ ପୂରା କରିବାକୁ ଦିଏନି । ହେଲେ ଇଚ୍ଛା କଣ ମରିଯାଏ ? ନା, କେଉଁଠି ନା କେଉଁଠି ଛାତି ତଳେ ଲୁଚି ରହିଥାଏ । ଏମିତି ଗୋଟିଏ ଘଟଣା ଆପଣଙ୍କ ସାମନାକୁ ଆଣୁଛୁ। ଆମ ରାଜ୍ୟର ଉପାନ୍ତ ଅଞ୍ଚଳ ମାଲକାନଗିରିରୁ। ପିଲା ଦିନେ ବାପ ଛେଉଣ୍ଡ ହୋଇ ଆଉ ପାଠ ପଢ଼ି ପାରିଲାନି ସେ । ଏବେ ବୟସ ହେଲାଣି ୨୦ ବର୍ଷ । ବେଶ୍‌ ଭଲ ବଡି ବନାଇଛି ହେଲେ ପାଠ ଘର ଶୂନ । ଦ୍ୱିତୀୟ ଶ୍ରେଣୀରୁ ବହି ବସ୍ତାନିରେ ଡୋରି ବନ୍ଧା ହେଲା । ଏବେ କିନ୍ତୁ ପାଠ ପଢ଼ିବାକୁ ତାର ଭାରି ଇଚ୍ଛା । ଆମେ କହୁଛୁ ମାଲକାନଗିରି ଗୋରାସେତୁ ଗାଁର ଏଇ ଆଦିବାସୀ ଯୁବକ ଅରବିନ୍ଦର ଖରାଙ୍କ କଥା ।

ବାପା ମରିଯିବା ପରେ ଅରବିନ୍ଦର ବିଧବା ମା ପର ଦୁଆରେ କାମ କରି ପେଟ ପୋଷିବାକୁ ରୋଜଗାର କଲେ । ହେଲେ ପାଠ ପଢ଼ାଇବାକୁ ସକ୍ଷମ ହେଲେନି। ଏମିତି କଷ୍ଟ ଭିତରେ ଧୀରେ ଧୀରେ ବଡ଼ ହେଲା ଅରବିନ୍ଦ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଦୁର୍ବଳତା ଥିଲା । ତେଣୁ ନିଜେ ଦେଶୀ ସରଞ୍ଜାମରେ ଏକ୍ସରସାଇଜ୍‌ ପାଇଁ ଡମ୍ବଲ, ବାର୍ବଲ ଆଦି ତିଆରି କରି ଅଭ୍ୟାସ କଲେ ।

body ଆଉ ପାଲଟିଗଲେ ଗାଁର ଅନ୍ୟ ଯୁବକଙ୍କ ପାଇଁ ଆଦର୍ଶ । ତାଙ୍କର ବଡି ଦେଖି ଅନ୍ୟମାନେ ତାଙ୍କଠାରୁ ଶିଖୁଛନ୍ତି । ସହରରେ ଥିବା ଜିମ୍‌ କିମ୍ବା ଟ୍ରେନରମାନେ ତ ଏ ବାବଦରେ ମୋଟା ଅଙ୍କର ଟଙ୍କା ନିଅନ୍ତି । ହେଲେ ମଫସଲ ଗାଁର ଯୁବକ ଅରବିନ୍ଦ ଅନ୍ୟମାନଙ୍କୁ ମାଗଣାରେ ତାଲିମ ଦେଉଛନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ବୁଝାଉଛନ୍ତି ।

ମାଟି ଆଉ ତାଟିର ଘର । ଉପରେ ଭଙ୍ଗା ଆଜବେଷ୍ଟସ ଛାଉଣୀ । ଘର ଭିତରକୁ ନଇଁ କରି ଯିବାକୁ ପଡ଼େ । ନହେଲେ ମୁଣ୍ଡ ବାଜିବ । ଏଇ ନୁଆଁଣିଆ ଘରେ ରହୁଛନ୍ତି ଅରବିନ୍ଦ ଓ ତାଙ୍କ ମା । ମା’ର ବିଧବା ଭତ୍ତାରେ ଘରେ ଚୁଲି ଜଳେ । ତଥାପି ଅରବିନ୍ଦ ସ୍ୱାସ୍ଥ୍ୟ ପ୍ରତି ଭାରି ସଚେତନ । ସେହିଭଳି ବୟସ ଗଡ଼ି ଯାଇଥିଲେ ବି ପାଠ ପଢ଼ିବାକୁ ବହୁତ ଇଚ୍ଛା ବୋଲି କୁହନ୍ତି । …. ଇଚ୍ଛା ଓ ଉଦ୍ୟମ ଅଛି । ଖାଲି ସହାୟତା ଓ ଟିକିଏ ପ୍ରୋତ୍ସାହନ ଅରବିନ୍ଦଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ସାମର୍ଥ୍ୟ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.