Below header

ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌, ବିଜେପି କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠାଇଲେ ସୌମ୍ୟରଞ୍ଜନ

ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି।କେନ୍ଦ୍ରର ଏହା ଗରିବ ମାରଣ ନୀତି ବୋଲି କହିଛି ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ): ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଗରିବଙ୍କ ଚାଉଳ କାଟିବା ନେଇ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜି ଚାଉଳ କାଟିଛନ୍ତି । ଚାଉଳ କାଟିବା ଓ ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି। କେନ୍ଦ୍ରର ଏହା ଗରିବ ମାରଣ ନୀତି ବୋଲି କହିଛି ବିଜେଡି । ୨୦୧୪ରେ ଗ୍ୟାସ୍‌ ସିଲିଣ୍ଡର ଦର ୪୧୦ ଥିଲା, ଏବେ ୧୧ଶହ ପାର କରିଛି। ଏହି ଦରବୃଦ୍ଧି ଯୋଗୁ ମା’ମାନଙ୍କ ଆଖିରୁ ଲୁହ ବୋହୁଛି। ଏ ସମ୍ପର୍କରେ ରାଜ୍ୟ ବିଜେପି ଚୁପ୍‌ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି ।

ଦେଶର ବିକାଶ ପାଇଁ ଯାହା ଆବଶ୍ୟକ ସେଭଳି ପ୍ରସଙ୍ଗରେ ବିଜେଡି ସମର୍ଥନ କରେ କିନ୍ତୁ ଯେଉଁ ପ୍ରସଙ୍ଗରେ ସମର୍ଥନ ଦେଇ ହେବ ନାହିଁ ତାହାକୁ ଅଣଦେଖା କରିପାରିବନି ବିଜେଡି । ରାଜ୍ୟବାସୀ ଯେଉଁ ଭରସା ଓ ବିଶ୍ୱାସରେ ଦାୟିତ୍ୱ ଦେଇଛନ୍ତି ତାହାକୁ ଦୃଷ୍ଟିରେ ରଖି ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବ ।

୨୦୧୪ରେ ଯେତେବେଲେ ବିଜେପି ସରକାର ଆସିଲା ସେତେବେଳେ ଯୋଜନାଗୁଡିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା । ସେତେବେଳେ ପ୍ରଧାନମନ୍ତ୍ରୀ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ । ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁଥିଲା । ଆଜି ଯେତେବେଳେ ଗ୍ୟାସ୍ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତି ମନକୁ ଆସୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.