Below header

ଉତ୍ତରପୂର୍ବ ତିନି ରାଜ୍ୟରରେ ଭୋଟ୍‌ ଗଣତି ଜାରି: ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି ସରକାର

ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ମ୍ୟାଜିକ ନମ୍ବର ଅତିକ୍ରମ କରିଛି ବିଜେପି । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୧ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବାମପନ୍ଥୀ ମେଣ୍ଟ-କଂଗ୍ରେସ ୧୫ଟି ଏବଂ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ତ୍ରିପରା ଦଳ ୧୧ଟି ଆସନରେ ଆଗୁଆ ରହିଛି ।

ନୂଆଦିଲ୍ଲୀ : ଉତ୍ତରପୂର୍ବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି । ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି ସରକାର । ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ମ୍ୟାଜିକ ନମ୍ବର ଅତିକ୍ରମ କରିଛି ବିଜେପି । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୧ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବାମପନ୍ଥୀ ମେଣ୍ଟ-କଂଗ୍ରେସ ୧୫ଟି ଏବଂ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ତ୍ରିପରା ଦଳ ୧୧ଟି ଆସନରେ ଆଗୁଆ ରହିଛି ।

ନାଗାଲାଣ୍ଡରେ ବିଜେପି ମେଣ୍ଟକୁ ସ୍ୱଷ୍ଟ ବହୁମତ ମିଳିଛି । ୬୦ ଆସନରରୁ ବିଜେପି ମେଣ୍ଟ ଏନଡିପିପି ୩୯, ଏନପିଏଫ ୩, ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ରହିଛି । ବର୍ତ୍ତମାନ କ୍ଷମତାରେ ଅଛି NDPP ଓ ବିଜେପି ମେଣ୍ଟ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିବ ପାର୍ଟି ତଥା ଏନଡିପିପି । ମେଘାଳୟରେ ସବୁଠୁ ବଡ଼ ଦଳ ଭାବେ ଏନପିପି ଉଭା ହେଉଛି । ବିଜେପି ଏଠାରେ ଦ୍ୱିତୀୟ ସ୍ଥାନରେ ରହିଛି । ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ସମ୍ଭାବନ କମ୍‌ ରହିଛି । ମେଘାଳୟରେ କୋନ୍‌ରାଡ ସାଙ୍ଗମାଙ୍କ ଦଳକୁ ଅଧିକ ଆସନ ମିଳିଛି । ୩ଟି ରାଜ୍ୟର ଭୋଟ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.