ଭୁବନେଶ୍ୱର: ରାସ୍ତାରେ ବନ୍ୟା ସ୍ଥିତି କିନ୍ତୁ ଟ୍ବିଟରେ ପ୍ରବଳ ରାଜନୀତି

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ପାଣିର ସୁଅ । ସ୍ମାର୍ଟ ସିଟିର ସ୍ଥିତି ନେଇ ଏବେ ଟ୍ଵିଟ ୱାର ଆରମ୍ଭ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟ୍ଵିଟର ଜବାବ ରଖିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ବିଏମସିର କମିସନର ଥିବା ଅପରାଜିତାଙ୍କ ଭଲ କାମର ପରିଣାମ ରାଜଧାନୀ ବାସୀ ଭୋଗୁଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ।

ଏହା ସହ ଗୁଜରାଟ ମଡେଲର ଡିଣ୍ଡିମ ପିଟୁଥିବା ବିଜେପି ସାଂସଦଙ୍କୁ ଅହମଦାବାଦର ୨ଟି ବର୍ଷା ପ୍ରଭାବିତ ରାସ୍ତାର ଫଟୋ ଟ୍ଵିଟରେ ପୋଷ୍ଟ କରିଛନ୍ତି। ସାଂସଦ ଅପରାଜିତା ପ୍ରଥମେ ରାଜଧାନୀର କିଛି ଜଳବନ୍ଦୀ ଅଞ୍ଚଳର ଫଟୋ ଟ୍ଵିଟ କରିଥିଲେ। ୨୧ବର୍ଷର ଶାସନ ପରେ ଏଭଳି ସ୍ଥିତି କାହିଁକି ବୋଲି ପ୍ରଶ୍ନ କରିଥିଲେ।.