ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି,ଶୁଭେଚ୍ଛା ଜଣାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି । ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ୧୮ ବର୍ଷରୁ କମ୍ ଭାରତୀୟ ବାଳିକା ରଗବି ଦଳ ପାଇଁ ମନୋନୀତ ହୋଇଛନ୍ତି । ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଉଜବେକିସ୍ତାନର ତାସକେଣ୍ଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୮ ଗର୍ଲସ ରଗବି ସେଭେନ ଏସ ଚାମ୍ପିଅନସିପ-୨୦୨୧ ପାଇଁ ଏହି ଖେଳାଳି ମାନେ ମନୋନୀତ ହୋଇଛନ୍ତି ।
Congratulate #MyLoveableKISSians Tarulata Naik, Mama Nayak, Nirmalya Rout on being selected to represent India in the Asia Rugby U18 Girls Rugby Sevens Championship 2021 to be held from 18th to 19th September, 2021 at Tashkent, Uzbekistan. All the best, girls.
1/2 pic.twitter.com/8MrYRnGyTz— Achyuta Samanta (@achyuta_samanta) September 13, 2021
କିଟ୍ ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୧୩ରୁ ଚାଲୁ ରହିଥିବା ଚୟନ ଶିବିରରେ ଭଲ ପ୍ରଦର୍ଶନ କରି କିସର ଏହି ଖେଳାଳିମାନେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି । ଆଜି ସେମାନେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଥିବା ବେଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।