ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ତାଲିବାନ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଆଫଗାନ ମହିଳା
କାବୁଲ : ତାଲିବାନ ସରକାର ନିର୍ଦ୍ଦେଶକୁ ଆଫଗାନ ମହିଳାଙ୍କ ବିରୋଧ। ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ତାଲିବାନ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ତାଲିବାନ ମହିଳା। ଅନଲାଇନରେ ଅଭିଯାନ ଚଳାଇ ତାଲିବାନ ନିର୍ଦ୍ଦେଶ ବିରୋଧରେ ପ୍ରତିବାଦ କରିଛନ୍ତି। ମହିଳାମାନେ ନିଜର ପାରମ୍ପରିକ ପୋଷାକ ପରିଧାନ କରି ଏହାର ଫଟୋକୁ ପୋଷ୍ଟ କରିଛନ୍ତି।
ଆଫଗାନିସ୍ତାନରେ ଶାରିଆ ଆଇନ ଅନୁଯାୟୀ ସରକାର ପରିଚାଳନା ହେବ ବୋଲି ତାଲିବାନ କହିଥିଲା। ସେଥିରେ ମହିଳାଙ୍କୁ ବୁର୍ଖା ଓ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଆଫଗାନ ମହିଳାମାନେ ପାରମ୍ପରିକ ପୋଷାକର ପିନ୍ଧି ଏହାର ଫଟୋକୁ ଅନଲାଇନରେ ସେୟାର କରିଛନ୍ତି।
ହ୍ୟାସଟ୍ୟାଗ ଆଫଗାନିସ୍ତାନ କଲଚରରେ ଆରମ୍ଭ ହୋଇଥିବା ଅଭିଯାନରେ ଆଫଗାନିସ୍ତାନରେ ରହୁଥିବା ମହିଳାଙ୍କ ସହ ବିଦେଶରେ ରହୁଥିବା ମହିଳା ମଧ୍ୟ ଫଟୋ ସେୟାର କରିଛନ୍ତି। ମହିଳାମାନେ ନିଜର ସଂପୂର୍ଣ୍ଣ ମୁହଁ ଓ ପୁରା ଶରୀରକୁ ପୋଷାକରେ ଘୋଡ଼ାଇ ରଖିବା ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ଆଫଗାନିସ୍ତାନର ପାରମ୍ପରିକ ପୋଷାକରେ ମହିଳାଙ୍କ ବଳାଗଣ୍ଠି ପର୍ଯ୍ୟନ୍ତ ଘୋଡାଇ ରଖିବା କପଡ଼ା ସାମିଲ ହୋଇଥାଏ। ମୁଣ୍ଡକୁ ଘୋଡ଼ାଇ ରଖିବାକୁ କେବଳ ସ୍କାର୍ଫର ବ୍ୟବହାର କରିଥାନ୍ତି।