Below header

ବିଜୁଳି ଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି, ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଧାରଣା

ଭୁବନେଶ୍ୱର (କେନ୍ୟୁଜ) : ବିଜୁଳି ଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଧାରଣା ଚାଲିବ। ଦଳର ଅଭିଯୋଗ, ବିଧାନସଭାରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ରିଭ୍ୟୁ ପିଟିସନ OERCରେ ଦାଖଲ କରିବେ ବୋଲି ସରକାର କହିଥିଲେ । ହେଲେ ତାହା କରିନଥିବା ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆସନ୍ତାକାଲିଠୁ ବିଜେପି ଆନ୍ଦୋଳନ କରିବ। ସେପଟେ ବିଜେଡିର ଜବାବ, ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ତଥ୍ୟ ଓ ସତ୍ୟ ନଥାଇ କେବଳ ରାଜନୀତି କରୁଛନ୍ତି। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ୟୁପି ଭଳି ରାଜ୍ୟରେ ଓଡ଼ିଶାଠାରୁ ଅଧିକ ଦର ବୃଦ୍ଧି ହୋଇଛି। ପେଟ୍ରୋଲ ଓ ଡିଜେଲ ସହ ସବୁ କ୍ଷେତ୍ରରେ ଦରବୃଦ୍ଧି ହୋଇଛି। ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଜେପି ଦଳ ଉପରେ ଲୋକେ ରାଗିଥିବା କହିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.