ବାଘୁଣୀ ଆତଙ୍କ ପରେ ପୋଲିସ ଭ୍ୟାନ ଜାଳି ଦେବା ଘଟଣା, ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଗତ ରବିବାର ଦିନ ଟାଇଁସି ଗାଁରେ ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ମୁଣ୍ଡାସାହିରେ ରାସ୍ତାରୋକ ସହ ପୋଲିସ ଭ୍ୟାନ ଜାଳିଦେଇଥିଲେ । ଏହି ଘଟଣାରେ ପୋଲିସ ଭୁବନେଶ୍ୱର ମେଣ୍ଢାଶାଳ ନିକଟରୁ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ଗିରଫ କରିଛି । ଫଳରେ ଏହି ଘଟଣାରେ ଗିରଫ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।
ଏହାକୁ ବିରୋଧ କରିଛି ବିଜେପି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ବଦଳରେ ଅଯଥାରେ ଲୋକଙ୍କୁ ଗିରଫ କରାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ବିଜେପି ।