Below header

ବିଜେପିରେ ସାମିଲ ହେଲେ ବହୁ କଂଗ୍ରେସ ଓ ବିଜେଡି କର୍ମୀ , ମିଶ୍ରଣ ପର୍ବରେ ଗ୍ରୀନ କାର୍ଡଧାରୀ ମହିଳାଙ୍କ ହୋ ହାଲ୍ଲା

ଭୁବନେଶ୍ବର(କେନ୍ୟୁଜ୍) : ବିଜେପିରେ ସାମିଲ ହେଲେ ବହୁ କଂଗ୍ରେସ ଓ ବିଜେଡି କର୍ମୀ । ବିଜେପି ଦଳୀୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଯୋଗ ଦେଇଛନ୍ତି । ତେବେ ଏହି ପର୍ବରେ ଗ୍ରୀନକାର୍ଡ ଧାରୀ ମହିଳାମାନେ ହୋ ହାଲ୍ଲା ସହ ପାଟିତୁଣ୍ଡ କରିଥିଲେ । ସେମାନଙ୍କ ସମସ୍ୟା ସମାଧାନର ପ୍ରତିଶୃତି ଦେଇ ବିଜେପି ମିଶ୍ରଣ ପର୍ବରେ ସାମିଲ କରିବା ପାଇଁ ମିଛ କହି ଅଣାଯାଇଥିବା ଅଭିଯୋଗ କରିଛନ୍ତି ।

green ବହୁ ସଂଖ୍ୟାରେ ସବୁଜ ପତ୍ରିକା ମହିଳା ଅନେକ ସମସ୍ୟା ଭୋଗୁଛନ୍ତି । କିନ୍ତୁ ସେମାନଙ୍କୁ କିଛି ସହାୟତା କିମ୍ବା ସରକାରୀ ସୁବିଧା ମିଳୁନଥିବା କହିଛନ୍ତି । ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ସବୁଜ ପତ୍ରିକାଧାରୀଙ୍କ ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ । ସେପଟେ ବିଜେପିରେ ସାମିଲ ହୋଇଥିବା ଜୟଶ୍ରୀ ପଟ୍ଟନାୟକ ସବୁଜ ପତ୍ରିକାଧାରୀ ମହିଳାଙ୍କୁ ମିଛ କୁହାଯାଇନାହିଁ ବୋଲି କହିଛନ୍ତି । ସେମାନେ ନିଜେ ଆସି କାଯ୍ୟର୍କ୍ରମରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.