ଆଜି ଦେଖାଯିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ , ଭାରତରେ ହେବ ନାହିଁ ଦୃଶ୍ୟମାନ

କେନ୍ୟୁଜ୍ : ଆଜି ଦେଖାଯିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦ୍ୱାରା ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯିବ । ଭାରତୀୟ ସମୟ ସକାଳ ୧୦ଟା ୧୧ ମିନିଟରୁ ଗ୍ରହଣ ଆରମ୍ଭ ହୋଇ ଏକ ଘଣ୍ଟା ଧରି ଗ୍ରହଣ ରହିବା ପରେ ପୂର୍ଣ୍ଣଗ୍ରାସ ହେବ । ସକାଳ ୧୧ଟା ୧୩ ମିନିଟରେ ଗ୍ରହଣ ଛାଡ଼ିବ । ଏହି ଚନ୍ଦ୍ର ଗ୍ରହଣରେ ପୂର୍ଣ୍ଣମୀର ଜହ୍ନ ପୂର୍ବ ତୁଳନାରେ ୧୪ ପ୍ରତିଶତ ବଡ଼ ଓ ୩୦ପ୍ରତିଶତ ଅଧିକ ଉଜ୍ୱଳ ଦେଖାଯିବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ର ଗ୍ରହଣକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଆଫ୍ରିକା, ୟୁରୋପ, ଆମେରିକା ଓ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରେ ଏହା ଦୃଶ୍ୟମାନ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.