Below header

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି, ପୋଲିସ ଉପରକୁ ଢେଲା ଓ ପଥର ମାଡ଼ କଲେ ବିଜେପି କର୍ମୀ

କେନ୍ୟୁଜ୍(ବ୍ୟୁରୋ): ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି । ବିଧାନସଭା ଘେଉାଉ ଉଦ୍ୟମ ବେଳେ ପୋଲିସ ସହ ବିଜେପି ଯୁବ ମୋର୍ଚ୍ଚାର ଧସ୍ତାଧସ୍ତି । ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡକୁ ଧସେଇ ପଶିବା ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା । ଏତିକିବେଳେ ପୋଲିସ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ ବିଜେପି କର୍ମୀ । ଏଥିରେ କିଛି ପୋଲିସ ଆହତ ହୋଇଛନ୍ତି । ଆହତ ପୋଲିସଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

ପଥରମାଡ଼ରେ ଭାଙ୍ଗିଛି ପୋଲିସ ଗାଡ଼ି । ସିସିଟିଭି ଆଧାରରେ ଯାଞ୍ଚ କରାଯିବ । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଲୋୟର ପିଏମଜିରୁ ଆନ୍ଦୋଳନକାରୀଙ୍କୁ ହଟାଇ ଦିଆଯାଇଛି । ସୁରକ୍ଷା ବଳୟ ଭେଦ କରିବା ପାଇଁ ଆନ୍ଦୋଳନକାରୀମାନେ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଏହାକୁ ଅଟକାଇ ଦେଇଛି । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଆଜି ଭୁବନେଶ୍ୱର ବିଜେପି ପାର୍ଟି ଅଫିସରୁ ବିଜେପି ଯୁବ ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବାହାରିଥିଲା । ମମିତା ମେହେର ହତ୍ୟା ମାମଲାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.